ଶିକ୍ଷକ ଶିକ୍ଷୟତ୍ରୀଙ୍କ ଲାଗି ଡ୍ରେସ କୋଡ଼ ଲାଗୁ କଲେ ଆସାମ ସରକାର

ନୂଆଦିଲ୍ଲୀ:  ଆସାମ ସରକାର ସ୍କୁଲର ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ପାଇଁ ଏକ ନୂଆ ଡ୍ରେସ କୋଡ୍ ନିୟମ ଲାଗୁ କରିଛନ୍ତି । ରାଜ୍ୟ ସରକାରଙ୍କ ଅଧିନରେ ପରିଚାଳିତ ହେଉଥିବା ସ୍କୁଲର ଶିକ୍ଷକ, ଶିକ୍ଷୟିତ୍ରୀମନେ ଜିନ୍ସ, ଲେଗିଙ୍ଗସ, ଟି-ଶାର୍ଟ ପିନ୍ଧି ପାରିବେ ନାହିଁ । ସ୍କୁଲ ପରିସରରେ ଶିକ୍ଷକଙ୍କ ପାଇଁ ଏହିସବୁ ପୋଷାକକୁ ବ୍ୟାନ କରି ଦିଆଯାଇଛି । ଏନେଇ ରାଜ୍ୟ ସ୍କୁଲ ଶିକ୍ଷା ବିଭାଗ ପକ୍ଷରୁ ଅଫିସିଆଲ ଭାବେ ନୋଟିଫିକେସନ ଜାରି କରାଯାଇଛି ।

ନୂଆ ନିୟମ ଅନୁଯାୟୀ, ଶିକ୍ଷକ, ଶିକ୍ଷୟିତ୍ରୀମାନେ ଡ୍ୟୁଟି ସମୟରେ ଜରୁରୀ ମୁତାବକ ଡ୍ରେସ କୋଡ୍ ନିୟମ ମାନିବେ । ସେମାନେ ପରିଷ୍କାର ପୋଷାକ ପରିଧାନ କରି ସ୍କୁଲକୁ ଆସିବେ । କାଜୁଆଲ ଓ ପାର୍ଟି ପେଷାକୁ କଡ଼ାକଡ଼ି ଭାବେ ଆଭଏଡ୍ କରିବାକୁ ପଡ଼ିବ । ଯେହେତୁ ଛାତ୍ରଛାତ୍ରୀଙ୍କ ପଇଁ ୟୁନିଫର୍ମ ଲାଗୁ କରାଯାଇଛି, ତେଣୁ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ମଧ୍ୟ ଫର୍ମାଲ ଡ୍ରେସରେ ସ୍କୁଲକୁ ଆସିବେ ବୋଲି ରାଜ୍ୟ ଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି ।

Related Articles

Back to top button