ଆସନ୍ତାକାଲି ଓଡ଼ିଶାରେ ଶପଥ ନେବେ ୩ଜଣ ନୂଆ ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ମନ୍ତ୍ରୀମଣ୍ଡଳକୁ ମିଳିବେ ଆଉ ୩ ନୂଆ ସଦସ୍ୟ । ସୋମବାର ରାଜ୍ୟରେ ୩ ଖାଲି ପଦବୀ ପାଇଁ ଶପଥ ନେଇପାରନ୍ତି ନୂଆ ମନ୍ତ୍ରୀ । ସକାଳ ୯.୩୦ ସମୟରେ ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଏହି କାର୍ଯ୍ୟକମ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମ ଜରିଆରେ ରାଜ୍ୟ ମନ୍ତ୍ରୀମଣ୍ଡଳରେ ୩ ପଦବୀ ପାଇଁ ଦାୟିତ୍ୱ ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହିଦିନ ରାଜ୍ୟ ମନ୍ତ୍ରୀମଣ୍ଡଳ ପୁନର୍ଗଠନରେ ମୁଖ୍ୟମନ୍ତ୍ରୀ ବଡ ନିଷ୍ପତ୍ତି ନେଇ ପାରନ୍ତି ବୋଲି ଅନୁମାନ କରାଯାଉଛି ।

ଆସନ୍ତାକାଲି ରାଜ୍ୟପାଳ ନିଜ ଗସ୍ତ ଶେଷ କରି ଓଡିଶାକୁ ଫେରୁଛନ୍ତି । ତେଣୁ ଆସନ୍ତା ୨୨ ତାରିଖ ସୋମବାର ମନ୍ତ୍ରୀମଣ୍ଡଳ ପୁନର୍ଗଠନ ହୋଇପାରେ । ରାଜ୍ୟରେ ଖାଲି ପଡିଥିବା ୩ଟି ପଦ ପାଇଁ ନୂଆ ମନ୍ତ୍ରୀଙ୍କୁ ଦିଆ ଯାଇପାରେ ଦାୟିତ୍ୱ । ରାଜ୍ୟପାଳଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ଏହି ୩ ନୂଆ ପଦବୀ ପାଇଁ ଦାୟିତ୍ୱ ପ୍ରଦାନ କରିପାରନ୍ତି । ଏହାସହ ସୋମବାର ସକାଳ ୯.୩୦ରେ ଶପଥ ଗ୍ରହଣ ଉତ୍ସ ହୋଇପାରେ । ତେବେ ଏହି ୩ଟି ଆସନ ପାଇଁ କେଉଁ ମନ୍ତ୍ରୀଙ୍କୁ ଦାୟିତ୍ୱ ମିଳିବ ସେ ନେଇ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳି ପାରିନାହିଁ । ଏଥିପାଇଁ ରାଜ୍ୟର ପ୍ରମୁଖ ମନ୍ତ୍ରୀ ଦାବିଦାର ଥିବା ବେଳେ ବିଜେଡି ସୁପ୍ରିମୋଙ୍କ ଭରସା କିଏ ଜିତିବ ସେ ନେଇ ଚର୍ଚ୍ଚା ଲାଗି ରହିଛି । ତେବେ ସୋମବାର ଲୋକସେବା ଭବନର କନଭେନସନ ହଲରେ ଶପଥ ଗ୍ରହଣ ଉତ୍ସବ ଆୟୋଜନ ହେବ, ଯେଉଁଥିରେ ମୁଖ୍ୟମନ୍ତ୍ରୀ ଏହି ୩ ମନ୍ତ୍ରୀ ପଦ ପାଇଁ ଯୋଗ୍ୟ ମନ୍ତ୍ରୀଙ୍କୁ ଦାୟିତ୍ୱ ହସ୍ତାନ୍ତର କରିବେ ବୋଲି ଅନୁମାନ କରାଯାଉଛି ।

Related Articles

Back to top button