ଧନୁଯାତ୍ରାକୁ ସମ୍ବଲପୁରୀ ଭାଷାରେ କରାଯାଉ ବୋଲି ଦାବି କରିଛନ୍ତି କୋଶଲ କ୍ରାନ୍ତି ସେନା

ନୂଆବର୍ଷ ଜାନୁୟାରୀ ୧୫ରୁ ୨୫ ତାରିଖ ପର୍ଯ୍ୟନ୍ତ ବରଗଡ଼ରେ ଅନୁଷ୍ଠିତ ହେବ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ । ଏଥିପାଇଁ ଜୋରସୋରରେ ପ୍ରସ୍ତୁତି ଚଳାଇଛନ୍ତି ବରଗଡ଼ବାସୀ । ହେଲେ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଅନୁଷ୍ଠିତ ହେବା ପୂର୍ବରୁ ଭାଷାକୁ ନେଇ ଉଠିଲା ବିବାଦ । ଧନୁଯାତ୍ରାକୁ ସମ୍ବଲପୁରୀ ଭାଷାରେ କରାଯାଉ ବୋଲି କୋଶଲ କ୍ରାନ୍ତି ସେନା ଦାବି କରିଛନ୍ତି । ତେବେ ଏହା ସମ୍ଭବ ହୋଇପାରିବ କି ନାହିଁ ଧନୁଯାତ୍ରା କମିଟି ସୋମବାର ନିଷ୍ପତ୍ତି ନେଇଛି ।

ମାଁ ସମଲେଶ୍ବରୀଙ୍କ ମନ୍ଦିରରେ ପରମ୍ପରା ଅନୁସାରେ ପୂଜାର୍ଚ୍ଚନା କରି ଅରମ୍ଭ କରାଯିବା ଧନୁଯାତ୍ରା ମହୋତ୍ସବ । ଏହାପରେ ଏକ ସାଂସ୍କୃତିକ ଶୋଭାଯାତ୍ରା ବାହାରିବ । ଏହି ଶୋଭାଯାତ୍ରା ବରଗଡ଼ ସହର ପରିକ୍ରମା କରିବା ପବରଗଡ଼ ହାଟପଡ଼ା ସ୍ଥିତ ସଂଚାର ମଣ୍ଡଳୀରେ ପହଞ୍ଚିବ । ଏହାପରେ ଶୁଭଲଗ୍ନ ଅନୁସାରେ ଶୁଭସ୍ତମ୍ଭ ସ୍ଥାପନ କରାଯିବ । ତେବେ ଏହି ସମ୍ମିଳନୀରେ କୋଶଲ କ୍ରାନ୍ତି ସେନାକୁ ଡକାଯାଇନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି କୋଶଲ କ୍ରାନ୍ତି ସେନାର ସଦସ୍ୟମାନେ ।

Related Articles

Back to top button