ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମିଳିଥିବା ୧୨୦୦ ଉପହାର ସାମଗ୍ରୀର ନିଲାମୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମୋଦୀଙ୍କ ଜନ୍ମ ଦିନ ଅବସରରେ ତାଙ୍କୁ ମିଳିଥିବା ଉପହାର ଗୁଡିକର ନିଲାମୀ ଆରମ୍ଭ କରାଯାଇଛି। ଯେକୌଣସି ବ୍ୟକ୍ତି ଅନଲାଇନରେ ନିଲାମୀରେ ଭାଗ ନେଇ ନିଜ ମନ ପସନ୍ଦର ଉପହାରକୁ ନିଜ ନାଁରେ କରିପାରିବେ। ଇ-ନିଲାମୀର ଏହି ଚତୁର୍ଥ ସଂସ୍କରଣ ଦୁଇ ସପ୍ତାହ ଧରି ଚାଲିବ ଏବଂ ଅକ୍ଟୋବର ୨ରେ ଶେଷ ହେବ।

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମିଳିଥିବା ଉପହାର ଗୁଡିକୁ ନ୍ୟାସନାଲ ଗ୍ୟାଲେରୀ ଅଫ୍ ମର୍ଡେନ ଆର୍ଟ ନୂଆଦିଲ୍ଲୀରେ ପ୍ରଦର୍ଶିତ କରାଯାଇଛି । ଏହି ଉପହାର ଗୁଡିକୁ https://pmmementos.gov.in ୱେବସାଇଟରେ ମଧ୍ୟ ଦେଖିପାରିବେ। ତେବେ ଏଥିପାଇଁ ପଞ୍ଜିକରଣ କରି ଲଗ୍ ଇନ କରିବାକୁ ପଡିବ।

ଚଳିତ ଥର ପ୍ରାୟ ୧୨୦୦ ସାମଗ୍ରୀକୁ ଏହି ଇ-ନିଲାମୀରେ ସାମିଲ କରାଯାଇଛି। ଏଥିରେ ଚିତ୍ର, ପ୍ରତିମୂର୍ତ୍ତି, ହସ୍ତକଳା ସହ ବହୁ ଉପହାର ସାମିଲ ରହିଛି । କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି.କିଷନ ରେଡ୍ଡୀ କହିଛନ୍ତି, ଏଥିରେ ଭଗବାନ ଗଣେଶଙ୍କ ପ୍ରତିମୂର୍ତ୍ତି, ଅଯୋଧ୍ୟାରେ ନିର୍ମାଣଧିନ ରାମ ମନ୍ଦିର ଏବଂ ବାରାଣସୀର କାଶି ବିଶ୍ୱନାଥ ମନ୍ଦିରର ପ୍ରତିକୃତି ସାମିଲ ରହିଛି । ଇ-ନିଲାମୀରୁ ମିଳିବାକୁ ଥିବା ଧନରାଶିକୁ ନମାମି ଗଙ୍ଗେ ମିଶନ ପାଇଁ ଦାନ କରାଯିବ ।

ଏହି ନିଲାମୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଖେଳାଳିଙ୍କ ଦ୍ୱାରା ଦିଆଯାଇଥିବା ଉପହାର ମଧ୍ୟ ସାମିଲ ଅଛି । ଏଥିରେ ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ର ପଦକ ବିଜେତା, ପରାଅଲିମ୍ପିକ ଖେଳ ଏବଂ ଥମାସ କପ ଖେଳିଥିବା ଖେଳାଳିଙ୍କ ଉପହାର ରହିଛି । ଖେଳାଳିମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଉପହାରରେ ଖେଳ ଉପକରଣ ଦେଇଥିଲେ ।

Related Articles

Back to top button