ହଜାରିବାଗରେ ମର୍ମନ୍ତୁଦ ଦୁର୍ଘଟଣା: ବ୍ରିଜରୁ ଖସିଲା ଯାତ୍ରୀବାହୀ ବସ, ୭ମୃତ

ରାଞ୍ଚି: ଝାଡଖଣ୍ଡ ହଜାରିବାଗରେ ମର୍ମନ୍ତୁଦ ଦୁର୍ଘଟଣା । ଭାରସାମ୍ୟ ହରାଇ ବ୍ରିଜରୁ ଖସିଲା ଯାତ୍ରୀବାହୀ ବସ । ଏଥିରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ଝାଡ଼ଖଣ୍ଡ ଗିରିଧି ଜିଲ୍ଲା ସିୱାନେ ନଦୀ ବ୍ରିଜ୍ ଅତିକ୍ରମ କରୁଥିବା ବେଳେ ବସଟି ତଳକୁ ଖସି ପଡ଼ିଥିଲା । ବସଟି ବ୍ରିଜରେ ଲାଗିଥିବା ଲୁହା ରେଲିଂରେ ପିଟି ହୋଇ ତଳକୁ ଖସିପଡ଼ିଥିଲା। ତେବେ ବସ୍ ଟି ନଦୀ ଭିତରେ ନୁହେଁ ବରଂ ଶୁଖିଲା ସ୍ଥାନରେ ପଡ଼ିଥିଲା। ଯାହାଫଳରେ ବସଟି ପୂରା ନଷ୍ଟ ହୋଇଯାଇଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରିଥିଲେ । ଗୁରୁତରମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ତେବେ ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୫ ଜଣ ଆଖିବୁଜିଛନ୍ତି। ଅନେକ ଆହତଙ୍କ ଅବସ୍ଥା ସଙ୍କାପନ୍ନ ଥିବାରୁ ଆଗକୁ ମୃତ୍ୟୁସଂଖ୍ୟା ବଢ଼ିବାର ଆଶଙ୍କା ରହିଛି। ଏହା ମଧ୍ୟରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିଥିଲା। ବସରେ ୫୦ ଜଣ ଯାତ୍ରୀ ଥିବା ବେଳେ ଏକ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିଲେ । ହେଲେ ଅଧା ବାଟରେ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

Related Articles

Back to top button