ଜମ୍ମୁ-କଶ୍ମୀରର କାଟ୍ରାରେ ଭୂମିକମ୍ପ

ଶ୍ରୀନଗର: ଜମ୍ମୁ-କଶ୍ମୀରର କାଟ୍ରାଠାରେ ସୋମବାର ବିଳମ୍ବିତ ରାତିରେ ଭୂକମ୍ପ ଅନୁଭୂତ ହୋଇଛି। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୯ ଥିଲା। ରାତି ପ୍ରାୟ ୨.୨୦ ସମୟରେ କାଟ୍ରା ଏବଂ ଏହାର ଆଖପାଖ ଅଞ୍ଚଳରେ ଏହି ଭୂକମ୍ପର କମ୍ପନ ଅନୁଭୂତ ହୋଇଥିଲା। ସୂଚନାନୁସାରେ, ଭୂକମ୍ପର କେନ୍ଦ୍ରସ୍ଥଳ ଭୂମିଠାରୁ ୧୦ କିଲୋମିଟର ଗଭୀରରେ ଥିଲା।
ସୋମବାର ରାଜସ୍ଥାନର ବିକାନେରରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୧ ଥିଲା। ଗତ ସପ୍ତାହରେ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଭୂକମ୍ପ ଝଟ୍‌କା ଲାଗିଥିଲା। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୫.୨ରେ ମାପ କରାଯାଇଥିଲା। ଅବଶ୍ୟ ଏଥିରେ କୌଣସି ପ୍ରକାର କ୍ଷୟକ୍ଷତି ହୋଇ ନ ଥିଲା।

Related Articles

Back to top button