
ପରଲୋକରେ ଅର୍ଥନୀତିଜ୍ଞ ଅଭିଜିତ ସେନ୍
ନୂଆଦିଲ୍ଲୀ: ଯୋଜନା ଆୟୋଗର ପୂର୍ବତନ ସଦସ୍ୟ ତଥା ଗ୍ରାମୀଣ ଅର୍ଥନୀତି ଉପରେ ଦକ୍ଷତା ରଖିଥିବା ଦେଶର ଅନ୍ୟତମ ଅର୍ଥନୀତି ବିଶେଷଜ୍ଞ ଅଭିଜିତ୍ ସେନଙ୍କର ପରଲୋକ ହୋଇଛି। ସୋମବାର ରାତିରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା।
ଗତକାଲି ରାତି ପ୍ରାୟ ୧୧ ଟା ସମୟରେ ସେ ହୃଦଘାତର ଶିକାର ହୋଇଥିଲେ। ଏହାପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ହେଲେ ଡାକ୍ତରଖାନା ପହଞ୍ଚିବା ବେଳେକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା ବୋଲି ତାଙ୍କ ଭାଇ ଡାକ୍ତର ପ୍ରଣବ ସେନ୍ କହିଛନ୍ତି।
ନୂଆଦିଲ୍ଲୀର ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ସେ ଅର୍ଥନୀତିରେ ପାଠ ପଢାଉଥିଲେ। ପରେ କୃଷି ଏବଂ ଯୋଜନା ଆୟୋଗର ଚେୟାରମ୍ୟାନ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ସରକାରୀ ପଦବୀରେ ଥିଲେ।