ମନ୍ତ୍ରୀ ଓ ନେତାଙ୍କ ଘରେ ଇଡିର ଚଢ଼ାଉ

ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାରଙ୍କ ମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ନେତା ସୁଜିତ ବୋଷଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। କଲକତାସ୍ଥିତ ତାଙ୍କ ବିଭିନ୍ନ ଠିକଣାରେ କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସି ଚଢାଉ କରିଛି। ଏହା ବ୍ୟତୀତ ଦଳର ଅନ୍ୟ ଦୁଇ ଜଣ ନେତାଙ୍କ ଠିକଣାରେ ମଧ୍ୟ ସକାଳୁ ସକାଳୁ ଇଡି ଚଢାଉ କରିଛି। ତୃଣମୂଳ ବିଧାୟକ ତାପସ ରୟ ଏବଂ ନେତା ସୁବୋଧ ଚକ୍ରବର୍ତ୍ତୀଙ୍କ ଘରେ କେନ୍ଦ୍ରୀୟ ଏଜେନ୍ସିର ଚଢାଉ ଜାରି ରହିଛି। ମୁନିସିପାଲିଟି ଚାକିରି ଦୁର୍ନୀତି ମାମଲାରେ ଏହି ଚଢାଉ କରାଯାଉଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ମୁନିସିପାଲିଟି ନିଯୁକ୍ତିରେ ଅନିୟମିତତା ଘଟଣାର ତଦନ୍ତ ପାଇଁ ଶୁକ୍ରବାର ସକାଳେ ଇଡି ପଶ୍ଚିମବଙ୍ଗର ଅଗ୍ନିଶମ ଏବଂ ଜରୁରୀକାଳୀନ ସେବା ମନ୍ତ୍ରୀ ସୁଜିତ ବୋଷ, ଟିଏମସି ବିଧାୟକ ତାପସ ରୟ ଏବଂ ଉତ୍ତର ଦମ୍ ଦମ୍ ମୁନିସିପାଲିଟିର ପୂର୍ବତନ ଅଧ୍ୟକ୍ଷ ସୁବୋଧ ଚକ୍ରବର୍ତ୍ତୀଙ୍କ ବାସଭବନରେ ଚଢାଉ କରିଛି।

Related Articles

Back to top button