ମୁଖତାର୍‌ ଅନସାରୀଙ୍କ ଘରେ ଇଡି ଚଢାଉ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ବାହୁବଳୀ ନେତା ମୁଖତାର୍‌ ଅନସାରୀଙ୍କ ଘରେ ଇଡି ଚଢାଉ କରିଛି। ମୁଖତାରଙ୍କ ଗାଜିପୁରର ମହମ୍ମଦାବାଦସ୍ଥିତ ବାସଭବନ ଏବଂ ତାଙ୍କୁ ସହଯୋଗୀ, ପରିବାର ସଦସ୍ୟଙ୍କ ଦିଲ୍ଲୀ ଏବଂ ଉତ୍ତରପ୍ରଦେଶରସ୍ଥିତ ବାସଭବନ ସମେତ ମୋଟ ୧୧ଟି ସ୍ଥାନରେ ଇଡିର ଚଢାଉ କାର୍ଯ୍ୟ ଚାଲିଛି।
ଗ୍ୟାଙ୍ଗଷ୍ଟାରରୁ ରାଜନେତା ପାଲଟିଥିବା ମୁଖତାର୍‌ ଅନସାରୀ ଏବଂ ତାଙ୍କ ଗ୍ୟାଙ୍ଗ ସଦସ୍ୟ ଜମି ଜବରଦଖଲ ଏବଂ ବେଆଇନ ବ୍ୟବସାୟ ସହ ଜଡିତ ଅନେକ ମାମଲା ଆଧାରରେ ଜୁଲାଇ ୧, ୨୦୨୧ରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ମାମଲା ରୁଜୁ କରିଥିଲା। ଅନସାରୀ ଜେଲରେ ଅଛନ୍ତି।
ସୂଚନାଯୋଗ୍ୟ, ମୁଖତାର୍‌ ଅନସାରୀଙ୍କ ସମସ୍ୟା ଆହୁରି ବଢିପାରେ। ଏମ୍‌ପି-ବିଧାୟକ କୋର୍ଟ ତାଙ୍କ ବିରୋଧରେ ଜାଲିଆତି, ଶତ୍ରୁ ସମ୍ପତ୍ତି ଲୁଟ୍‌ ଏବଂ ବେଆଇନ ନିର୍ମାଣ ଘଟଣାରେ ମାମଲା ରୁଜୁ କରିଛନ୍ତି। ବର୍ତ୍ତମାନ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୨୦ରେ ହେବ। ବୁଧବାର ଅନୁଷ୍ଠିତ ଶୁଣାଣି ସମୟରେ କୋର୍ଟ ଅନସାରୀଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି।

Related Articles

Back to top button