ପଳାତାକ ନୀରବ ମୋଦୀଙ୍କ ୨୫୦ କୋଟି ସମ୍ପତ୍ତି ଜବତ ହେଲା

ପଳାତାକ ହୀରା ବ୍ୟବସାୟୀ ନୀରବ ମୋଦୀଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି । ଇଡି ପିଏନବି ମାମଲାରେ ସାମିଲ ନୀରବ ମୋଦୀଙ୍କ ସହ ଜଡ଼ିତ ପ୍ରାୟ ୨୫୦ କୋଟି ସମ୍ପତ୍ତି ଜବତ କରିଛି ।

ମନି ଲଣ୍ଡ୍ରିଂ ଆକ୍ଟ ବା ପିଏମଏଲଏ ଅନୂଯାୟୀ ଇଡି ନୀରବ ମୋଦୀଙ୍କ ୨୫୩.୬୨ କୋଟି ଟଙ୍କାର ସମ୍ପତ୍ତି, ଜ୍ୱେଲେରୀ ଏବଂ ବ୍ୟାଙ୍କ ବାଲାନ୍ସ ଜବତ କରିଛି । ନୀରବ ମୋଦୀଙ୍କ କମ୍ପାନୀ ବିରୋଧରେ ଆଇପିସି ଧାରା ଅନୂଯାୟୀ ମାମଲା ରୁଜୁ କରାଯାଇଛି ।

ନୀରବ ମୋଦୀ ଏବେ ବ୍ରିଟେନ ଜେଲରେ ବନ୍ଦୀ ଅଛନ୍ତି । ଭାରତ ସରକାର ନୀରବ ମୋଦୀଙ୍କୁ ଭାରତ ଆଣିବାକୁ ଚେଷ୍ଟା କରୁଛନ୍ତି । ପିଏନବି ଘୋଟାଲାରେ ଆର୍ଥିକ ଅପରାଧ ଏବଂ ଠକେଇକୁ ନେଇ ସିବିଆଇ ଯାଞ୍ଚ କରୁଛି, ଯେତେବେଳେକି ଇଡି ମନି ଲଣ୍ଡ୍ରିଂ ଦିଗକୁ ଯାଞ୍ଚ କରୁଛି ।

ସୂଚନାଯୋଗ୍ୟ, ପିଏନବି ଘୋଟାଲା ୨ ଅରବ ଡଲାରର । ନୀରବ ମୋଦୀ ନିଜ ଅଙ୍କଲ ମେହୁଲ ଚୋକସୀଙ୍କ ସହ ମିଶି ପିଏନବିରେ ଲୋନ୍ ରେ ଘୋଟାଲା କରିଥିଲେ । ନୀରବ ମୋଦୀ ଗୀତାଞ୍ଜଳି ବ୍ରାଣ୍ଡ୍ ନାଁରେ ହୀରା କାରବାର କରୁଥିଲେ । ନୀରବ ମୋଦୀଙ୍କ ବ୍ୟତୀତ ମଦ ବ୍ୟବସାୟୀ ବିଜୟ ମାଲ୍ୟା ଆଇପିଏଲର ଫାଉଣ୍ଡର ଲଳିତ ମୋଦୀ ବର୍ତ୍ତମାନ ବ୍ରିଟେନରେ ରହୁଛନ୍ତି । ଭାରତ ସରକାର ଏମାନଙ୍କୁ ପଳାତକ ଘୋଷଣା କରିଛନ୍ତି ଏବଂ ଏମାନଙ୍କ ବିରୋଧରେ ମନି ଲଣ୍ଡ୍ରିଂ ଏବଂ ଠକେଇ ନେଇ ମାମଲା ଜାରି ରହିଛି ।

Related Articles

Back to top button