ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ: ଜାଭେଲିନରେ ନୀରଜ, ରୋହିତ ଫାଇନାଲରେ

ଲଣ୍ଡନ: ଚଳିତ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ ଜାଭେଲିନରେ ଭାରତର ନୀରଜ ଚୋପ୍ରା ଓ ରୋହିତ ଯାଦବ ଫାଇନାଲରେ ପ୍ରବେଶ କରି ପଦକ ସମ୍ଭାବନା ସୃଷ୍ଟି କରିଛନ୍ତି । ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ପ୍ରଥମ ଥ୍ରୋ ୮୮.୩୯ ମିଟର ଦୂରତାକୁ କରି ଫାଇନାଲରେ ପ୍ରବେଶ କରିଥିଲେ । ରୋହିତ ୮୦.୪୨ ମିଟର ଦୂରତାକୁ ଜାଭେଲିନ ଥ୍ରୋ କରି ଗ୍ରୁପ ୨ରେ ୧୧ତମ ସ୍ଥାନରେ ରହିଥିଲେ । ପ୍ରଥମ ଥର ପାଇଁ ଜାଭେଲିନରେ ୨ଜଣ ଭାରତୀୟ ଫାଇନାଲରେ ପ୍ରବେଶ କରିଛନ୍ତି । ଫାଇନାଲ ମୁକାବିଲା ଭାରତୀୟ ସମୟ ସନ୍ଧ୍ୟା ୭.୦୫ରେ ହେବ । ସେହିପରି ଟ୍ରିପଲ ଜମ୍ପରେ ଭାରତର ଆଲଡୋସ ପାଓଲ ଫାଇନାଲକୁ ଉନ୍ନୀତ ହୋଇଛନ୍ତି । ପାଓଲ ୧୬.୬୮ ମିଟର ଡେଇଁ ଏହି ସଫଳତା ହାସଲ କରିଛନ୍ତି । ଅନ୍ୟ ଦୁଇ ଭାରତୀୟ ପରବୀନ ଓ ଅବଦୁଲ୍ଲା ଅବେବ୍ରେକର ଫାଇନାଲ ରାଉଣ୍ଡରୁ ବାଦ ପଡିଛନ୍ତି ।

Related Articles

Back to top button