କୋଲକାତା ବିମାନ ବନ୍ଦରରେ ମହିଳା ଯାତ୍ରୀଙ୍କ ଠାରୁ ୧ କୋଟି ଟଙ୍କାରୁ ଅଧିକ ଆମେରିକୀୟ ଡଲାର ଜବତ

କୋଲକାତା: କୋଲକାତା ବିମାନବନ୍ଦରରେ ଜଣେ ଯାତ୍ରୀଙ୍କ ଠାରୁ ୧ କୋଟି ଟଙ୍କାରୁ ଅଧିକ ଆମେରିକୀୟ ଡଲାର ଜବତ ହୋଇଛି। ଇଡି ଏହି ସୂଚନା ଦେଇଛି। ସେପ୍ଟେମ୍ବର ୧୬ରେ, କଷ୍ଟମ ବିଭାଗ ଜଣେ ମହିଳାଙ୍କୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିପୁଳ ପରିମାଣର ବିଦେଶୀ ମୁଦ୍ରା ନେଇଥିବାର ଜାଣିବାକୁ ପାଇଥିଲା। ଏହାପରେ ସଂପୃକ୍ତ ମହିଳାଙ୍କୁ ଅଟକ ରଖିଥିଲେ। ପରେ କଷ୍ଟମ ବିଭାଗ ଇଡିକୁ ଏ ନେଇ ସୂଚନା ଦେଇଥିଲେ। ପରେ ଇଡି ଅଧିକାରୀମାନେ ମହିଳାଙ୍କ ବ୍ୟାଗରୁ ୧୦୦ ଡଲାରର ୧୩୦୦ ଟି ନୋଟ୍ ଜବତ କରିଛନ୍ତି।

ଇଡି କହିଛି, ଅଟକ ମହିଳାଙ୍କ ନାମ ସଂଗୀତା ଦେବୀ । ଏତେ ପରିମାଣରେ ବୈଦେଶିକ ମୁଦ୍ରା କିପରି ପାଇଲେ ପ୍ରଶ୍ନର ଉତ୍ତର ଦେବାରେ ସେ ବିଫଳ ହୋଇଛନ୍ତି। ଜବତ ହୋଇଥିବା ଆମେରିକୀୟ ଡଲାରର ମୂଲ୍ୟ ଏକ କୋଟିରୁ ଅଧିକ। ଏବେ ଇଡି ସଂଗୀତା ଦେବୀ ନାମକ ଯାତ୍ରୀଙ୍କୁ ଗିରଫ କରିଥିବା ସୂଚନା ରହିଛି । ଗିରଫ ଅଭିଯୁକ୍ତ ସଂଗୀତ ଦେବୀ ଶୁକ୍ରବାର ଇମ୍ଫାଲ ଅଭିମୁଖେ ଇଣ୍ଡିଗୋ ବିମାନରେ ଯାତ୍ରା କରିବାକୁ ଯାଉଥିଲେ। ଯିବା ପୂର୍ବରୁ ତାଙ୍କ ଆସବାପତ୍ର ଯାଞ୍ଚ କରାଯାଇଥିଲା। ଏହି ସମୟରେ ତାଙ୍କ ବ୍ୟାଗ ସ୍କାନିଂ ହୋଇଥିଲା। ପରେ ୧୩ ପ୍ୟାକେଟ ଆମେରିକୀୟ ନୋଟ୍ ଜବତ ହୋଇଥିଲା।

ଯେହେତୁ ମହିଳା ଜଣଙ୍କ ଇଡିର ଆବଶ୍ୟକ ପ୍ରଶ୍ନର ଉତ୍ତର ଦେବାରେ ବିଫଳ ହୋଇଥିଲେ ତେଣୁ ସେ ଏହି ନୋଟ ଗୁଡିକୁ ଆଉ କେଉଁଠି ଚୋରା ଚାଲାଣ କରିବାକୁ ଚେଷ୍ଟା କରିବାକୁ ପ୍ରୟାସ କରୁଥିବା ନେଇ ସନ୍ଦେହ କରିଛି ଇଡି। ଇଡି ଏବେ ଏହି ଦିଗରେ ତଦନ୍ତ ଆରମ୍ଭ କରିଛି।

Related Articles

Back to top button