ଅରୁଣାଚଳର ୮ଟି ବୁଥ୍‌ରେ ପୁଣିଥରେ ନିର୍ବାଚନ ହେବ

ପୁଣିଥରେ ଅରୁଣାଚଳରେ ହେବ ଭୋଟିଂ । ଅରୁଣାଚଳର ୮ଟି ବୁଥ୍‌ରେ ପୁଣିଥରେ ନିର୍ବାଚନ ହେବ । ଲୋକମାନେ ଏଠାରେ ପୁଣିଥରେ ମତଦାନ କରିବେ । ଗତ ୧୯ ତାରଖରେ ଅରୁଣାଚଳରେ ପ୍ରଥମ ପର୍ଯ୍ୟାୟ ଭୋଟିଂ ହୋଇଥିଲା । ମତ ଦାନ ସମୟରେ କିଛି ଲୋକ ସେଠାରେ ହିଂସାତ୍ମକ କାର୍ଯ୍ୟ କରିବା ସହ ବୁଥରେ ଭଙ୍ଗା ରୁଜା କରିଥିଲେ । ସେଥିପାଇଁ ସେଠାରେ ପୁଣି ଭୋଟିଂ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନା ଅନୁଯାୟୀ,ଏପ୍ରିଲ ୧୯ ତାରିଖରେ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଅରୁଣାଚଳ ପ୍ରଦେଶରେ ମତଦାନ କରାଯାଇଥିଲା । ପ୍ରଥମ ପର୍ଯ୍ୟାୟ ଭୋଟିଂ ସମୟରେ କିଛି ମତଦାନ କେନ୍ଦ୍ରରେ ଅସଦାଚରଣ, ଭଙ୍ଗାରୁଜା, ଭୋଟ୍ ହିଂସା ଏବଂ ଇଭିଏମ୍ ଛଡ଼ାଇ ନେବାକୁ ଉଦ୍ୟମ କରାଯାଇଥିବା ।ଯାହାଫଳରେ ମଦନ କରିବାରେ ବାଧାପ୍ରାପ୍ତ ହୋଇଥିଲା । ଏସବୁକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନ ପକ୍ଷରୁ ଅରୁଣାଚଳର ୮ ଟି ବୁଥରେ ପୁଣି ଥରେ ମତଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା ଏପ୍ରିଲ ୨୪ ତାରିଖରେ ସେଠାରେ ପୁଣିଥରେ ମତଦାନ କରାଯିବ ।

Related Articles

Back to top button