ବଢ଼ିଲା ମୁଖ୍ୟ ନିର୍ବାଚନ କମିଶନରଙ୍କ ସୁରକ୍ଷା ବ୍ୟବସ୍ଥା : ମିଳିଲା ‘z’ ବର୍ଗର ଭିଆଇପି ସୁରକ୍ଷା

ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି। ବିପଦ ଆଶଙ୍କାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟ ନିର୍ବାଚନ କମିଶନରଙ୍କୁ ‘z’ ବର୍ଗର ଭିଆଇପି ସୁରକ୍ଷା ଯୋଗାଇବାକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଗୁଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି ହେବା ପରେ ଏହି ପଦକ୍ଷେପ ନିଆଯାଇଛି। ତଥ୍ୟ ଅନୁସାରେ, ଶତ୍ରୁ ଦେଶ ରାଜୀବ କୁମାରଙ୍କ ବିରୋଧରେ ଷଡ଼ଯନ୍ତ୍ର କରୁଛନ୍ତି। ଏହି ଖବର ମିଳିବା ପରେ ତାଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି।

Related Articles

Back to top button