ସମ୍ବଲପୁର ସହରରେ ବାହାରିବନି ଆଖଡା ଶୋଭାଯାତ୍ରା 

ଚଳିତ ବର୍ଷ ହନୁମାନ ଜୟନ୍ତୀରେ ସମ୍ବଲପୁର ସହରରେ ବାହାରିବନି ଆଖଡା ଶୋଭାଯାତ୍ରା। ଏପରିକି ବାଇକ୍ ରାଲି ମଧ୍ୟ ବନ୍ଦ ରହିବ ବୋଲି ନିଷ୍ପତି ନିଆଯାଇଛି। ହନୁମାନ ଜୟନ୍ତି ସମନ୍ୱୟ ସମିତି ପକ୍ଷରୁ ମଧ୍ୟ ଭବ୍ୟ ଶୋଭାଯାତ୍ରା ହେବନାହିଁ। ଏନେଇ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଶାନ୍ତି ଓ ସମନ୍ୱୟ କମିଟିର ବୈଠକରେ ନିଷ୍ପତ୍ତି ନିଆଯାଇଛି। ସୂଚନା ମୁତାବକ , ଗତବର୍ଷ ହନୁମାନ ଜୟନ୍ତୀ ଅବସରରେ ବାଇକ୍ ଶୋଭାଯାତ୍ରା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ପଥର ମାଡରେ ୧୦ ପୁଲିସଙ୍କ ସମେତ ୫୦ରୁ ଅଧିକ ହନୁମାନ ଜୟନ୍ତୀ ସ୍ୱମନ୍ୱୟ ସିମିତିର କର୍ମକର୍ତ୍ତା ଆହତ ହୋଇଥିଲେ। ତେଣୁ ଏଥିପାଇଁ ସମ୍ବଲପୁର ସହରରେ ବଡଧରଣର ଧାର୍ମିକ ଶୋଭାଯାତ୍ରା ଉପରେ କଟକଣା ଲାଗୁ କରାଯାଇଥିଲା। ଏନେଇ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାମନବମୀ ଓ ହନୁମାନ ଜୟନ୍ତି ପାଇଁ ଶାନ୍ତି ଓ ସମନ୍ବୟ କମିଟିର ବୈଠକରେ ଚଳିତ ବର୍ଷ ସମନ୍ୱୟ ସମିତିର ମିଳିତ ଭବ୍ୟ ଶୋଭାଯାତ୍ରା ଓ ବିଶାଳ ବାଇକ୍ ଶୋଭାଯାତ୍ରାକୁ ଅନୁମତି ଦିଆଯାଇନାହିଁ। ଯେହେତୁ ଚଳିତ ବର୍ଷ ନିର୍ବାଚନ ରହିଛି ତେଣୁ ସହରରେ ଶାନ୍ତି ବାତାବରଣ ରହିବା ପାଇଁ ଏହି ପଦକ୍ଷେପ ନିଆଯାଇଛି।

Related Articles

Back to top button