ଦିଲ୍ଲୀରେ ମଙ୍କିପକ୍ସର ପଞ୍ଚମ ରୋଗୀ ଚିହ୍ନଟ: ୨୨ ବର୍ଷୀୟା ଆଫ୍ରିକୀୟ ମହିଳା ଡାକ୍ତରଖାନାରେ ଭର୍ତ୍ତି

ନୂଆଦିଲ୍ଲୀ: ଦିଲ୍ଲୀରେ ପୁଣି ଜଣେ ମଙ୍କିପକ୍ସ ରୋଗୀ ଚିହ୍ନଟ। ଏହା ମଙ୍କିପକ୍ସର ପଞ୍ଚମ ମାମଲା ବୋଲି ଜଣା ପଡ଼ିଛି। ନାଇଯେରିଆକୁ ଯାତ୍ରା କରିଥିବା ଜଣେ ଆଫ୍ରିକୀୟ ମହିଳା ମଙ୍କିପକ୍ସରେ ପିଡୀତ ହୋଇଥିବା ଜଣାପଡ଼ିଛି। ତାଙ୍କୁ ଏବେ ଦିଲ୍ଲୀରେ ଥିବା ଲୋକନାରାୟଣ ଜୟପ୍ରକାଶ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଡାକ୍ତରୀଦଳ ମଙ୍କିପକ୍ସ ସଂକ୍ରମିତ ଓ ସନ୍ଦିଗ୍ଧ ରୋଗୀଙ୍କ ଚିକିତ୍ସାରେ ଲାଗିଛନ୍ତି ।

ଲୋକନାୟକ ଜୟ ପ୍ରକାଶ ଡାକ୍ତରଖାନାର ଚିକିତ୍ସା ନିର୍ଦ୍ଦେଶକ ଡାକ୍ତର ସୁରେଶ କୁମାର ଶନିବାର କହିଛନ୍ତି ଜଣେ ୨୨ ବର୍ଷୀୟା ମହିଳା ମଙ୍କିପକ୍ସ ରୋଗୀ ଚିହ୍ନଟ ହୋଇଛନ୍ତି। ତାଙ୍କୁ ମିଶାଇ ଦିଲ୍ଲୀରେ ମୋଟ ୫ଜଣ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୨ବର୍ଷୀୟା ମହିଳାଙ୍କ ମଙ୍କିପକ୍ସ ପରୀକ୍ଷା ରିପୋର୍ଟ ଶୁକ୍ରବାର ପଜିଟିଭ ଆସିଛି।

ଏବେ ସେ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ସଂକ୍ରମିତ ମହିଳାଜଣଙ୍କ ଗୋଟିଏ ମାସ ପୂର୍ବରୁ ନାଇଜେରିଆ ଯାଇଥିଲେ ବୋଲି ତାଙ୍କ ଯାତ୍ରା ଇତିହାସ (ଟ୍ରାଭେଲ୍‌ ହିଷ୍ଟୋରି)ରୁ ଜଣାପଡ଼ିଛି। ମହିଳା ଜଣଙ୍କ ଆଫ୍ରିକାର ମୂଳ ବାସିନ୍ଦା ବୋଲି ଜଣାପଡ଼ିଛି। ସୂଚନାଥାଉକି ଦିଲ୍ଲୀର ଜୟ ପ୍ରକାଶ ନାରାୟଣ ଡାକ୍ତରଖାନାରେ ଏବେ ୪ ଜଣ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜଣେ ଆକ୍ରାନ୍ତ ସୁସ୍ଥ୍ ହୋଇ ଘରକୁ ଫେରିଛନ୍ତି।

ଦିଲ୍ଲୀରେ ଚଳିତ ବର୍ଷ ଜୁଲାଇ ୨୪ରେ ପ୍ରଥମ ମଙ୍କିପକ୍ସ ରୋଗୀ ଚିହ୍ନଟ ହୋଇଥିଲେ। ଫଳରେ ସତର୍କତା ଦୃଷ୍ଟିରୁ କେନ୍ଦ୍ରସରକାର ବିଦେଶରୁ ଆସୁଥିବା ଯାତ୍ରୀ ମାନଙ୍କୁ ଯାଞ୍ଚ କରିବା ପାଇଁ ସ୍ୱତନ୍ତ୍ର ଦିଶା ନିର୍ଦ୍ଦେଶ ଜାରି କରିଥିଲେ।

Related Articles

Back to top button