ଓଡ଼ିଶାର ତାମ୍ପରା, ଅଂଶୁପା, ହୀରାକୁଦକୁ ରାମ୍‌ସର ମାନ୍ୟତା

ଭୁବନେଶ୍ୱର: ଦେଶରେ ଆଉ ୧୧ ଆର୍ଦ୍ରଭୂମିକୁ କେନ୍ଦ୍ର ସରକାର ରାମସର୍‌ ମାନ୍ୟତା ଦେଇଛନ୍ତି। ଏଥିରେ ଓଡ଼ିଶାର ତିନୋଟି ସ୍ଥାନ ରହିଛି। ଉକ୍ତ ସ୍ଥାନଗୁଡ଼ିକ ହେଲା ବ୍ରହ୍ମପୁରର ତାମ୍ପରା ହ୍ରଦ, କଟକ ବାଙ୍କୀର ଅଂଶୁପା ହ୍ରଦ ଏବଂ ସମ୍ବଲପୁରର ହୀରାକୁଦ ଜଳଭଣ୍ଡାର। କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ଶନିବାର ତାମିଲନାଡ଼ୁ, ଓଡ଼ିଶା, ଜମ୍ମୁ ଓ କଶ୍ମୀର, ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ରର ଏହି ୧୧ ରାମସର୍‌ ସାଇଟ୍‌ ସମ୍ପର୍କରେ ଘୋଷଣା କରାଯାଇଛି। ବିଭାଗୀୟ ମନ୍ତ୍ରୀ ଭୂପେନ୍ଦର ଯାଦବ ଏ ନେଇ ଟୁଇଟ କରି ସୂଚନା ଦେବା ସହ ଉକ୍ତ ୫ ରାଜ୍ୟଗୁଡ଼ିକୁ ଶୁଭେଚ୍ଛା ଜଣାଇଛନ୍ତି।

କେନ୍ଦ୍ର ଜଙ୍ଗଲ ମନ୍ତ୍ରୀ ଟୁଇଟ୍‌ କରି କହିଛନ୍ତି, ଏହି ନୂତନ ୧୧ ସ୍ଥାନକୁ ମିଶାଇଲେ ଦେଶରେ ରାମସର୍‌ ସ୍ଥଳ ସଂଖ୍ୟା ୭୫ରେ ପହଞ୍ଚତ୍ଛି। ଦେଶ ଏବେ ସ୍ବାଧୀନତାର ୭୫ ବର୍ଷ ପାଇଁ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରୁଥିବାବେଳେ କେନ୍ଦ୍ର ସରକାର ରାମସର୍‌ ସ୍ଥଳ ସଂଖ୍ୟା ବୃଦ୍ଧି କରିଛନ୍ତି। ନୂତନ ରାମସର୍‌ ସ୍ଥଳର ମୋଟ କ୍ଷେତ୍ରଫଳ ହେଉଛି ୭୬,୩୧୬ ହେକ୍ଟର। ରାମସର୍‌ ତାଲିକାରେ ସାମିଲ ହେବାପରେ ଏସବୁ ଆର୍ଦ୍ରଭୂମିର ସଂରକ୍ଷଣ ଓ ପରିଚାଳନା ସମେତ ସମ୍ପଦର ସୁବିନିଯୋଗ ସମ୍ଭବ ହୋଇପାରିବ।

Related Articles

Back to top button