ଆଇଏନଏସ ବିକ୍ରମାଦିତ୍ୟ ଯୁଦ୍ଧ ଜାହାଜରେ ନିଆଁ, ନୌସେନା ଦେଲା ତଦନ୍ତ ନିର୍ଦ୍ଦେଶ

କର୍ଣ୍ଣାଟକ ବନ୍ଦରରେ ନିୟୋଜିତ ଥିବା ଭାରତୀୟ ଯୁଦ୍ଧ ଜାହାଜ ଆଇଏନଏସ ବିକ୍ରମାଦିତ୍ୟରେ ନିଆଁ। ଯୁଦ୍ଧ ଜାହାଜରେ ବୁଧବାର ନିଆଁ ଲାଗିଯାଇଥିଲା । କିଛି ସମୟ ପରେ ଏହାକୁ କାବୁ କରାଯାଇଥିଲା ।

ତେବେ ନୌସେନା କହିଛି ଯେ, ଜାହାଜରେ ଥିବା ସମସ୍ତ କର୍ମଚାରୀ ସୁରକ୍ଷିତ ଅଛନ୍ତି । ଏହି ମାମଲାରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ନିଆଁ ଲାଗିବା ପରେ ତୁରନ୍ତ ଅଗ୍ନିପ୍ରଶମନ ଯନ୍ତ୍ର ସାହାଯ୍ୟରେ ନିଆଁକୁ କାବୁ କରାଯାଇଥିଲା । ଏହି ସମୟରେ କେହି ମୃତାହତ ହୋଇନଥିବା ଖବର ମିଳିଛି ।

ଏହା ପ୍ରଥମ ଘଟଣା ନୁହେଁ ଯେ କୌଣସି ଯୁଦ୍ଧ ଜାହାଜରେ ନିଆଁ ଲାଗିଛି । ପୂର୍ବରୁ ଅନେକ ଥର ଏପରି ଅଘଟଣ ଘଟିଛି । ଗତ ୨୦୨୧ ମେ ୮ ତାରିଖରେ ମଧ୍ୟ ଏଥିରେ ନିଆଁ ଲାଗିଥିଲା । ସେତେବେଳେ ଏହା ସାମାନ୍ୟ ନିଆଁ ଥିଲା ଓ ଏହାକୁ ଅଳ୍ପ ସମୟରେ କାବୁ କରାଯାଇଥିବା ବୋଲି ନୌସେନା କହିଥିଲା ।

ସୂଚନାଯୋଗ୍ୟ, ଭାରତୀୟ ନୌସେନାର ସବୁଠୁ ବଡ ବିମାନବାହାକ ଯୁଦ୍ଧ ଜାହାଜ ଆଇଏନଏସ ବିକ୍ରମାଦିତ୍ୟ ବିଶ୍ୱର ୧୦ ବଡ ବିମାନବାହୀ ଜାହାଜ ମଧ୍ୟରେ ଅନ୍ୟତମ । ଏହାର ବିମ୍ ୬୧ ମିଟର । ଏହା କିଭ୍ କ୍ଲାସ୍ ମୋଡିଫାଇଡ୍ ଏୟାରକ୍ରାଫ୍ଟ କ୍ୟାରିଅର ଅଟେ । ଆଇଏନଏସ ବିକ୍ରମାଦିତ୍ୟକୁ ୨୦୧୩ରେ ନୌସେନାରେ ସାମିଲ କରାଯାଇଥିଲା ।

Related Articles

Back to top button