ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଅଭିନେତା ଆର. ମାଧବନ

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ବଲିଉଡ୍ ଫିଲ୍ମ ଅଭିନେତା ଆର. ମାଧବନ । ନବୀନ ନିବାସରେ ନବୀନଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ମାଧବନ । ମୁଖ୍ୟମନ୍ତ୍ରୀ ଙ୍କୁ ଭେଟିବା ସମୟରେ ମାଧବନଙ୍କ ପରିବାର ସଦସ୍ୟ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କେ ପାଣ୍ଡିଆନ ଉପସ୍ଥିତ ଥିଲେ।

 

ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ବଲିଉଡ ଅଭିନେତା ଆର. ମାଧବନ । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ଆର ମାଧବନ । ନବୀନ ନିବାସରେ ଉଭୟଙ୍କ ମଧ୍ୟରେ ଭେଟଘାଟ ହୋଇଛି । ରାଜ୍ୟର କ୍ରୀଡ଼ା, ସିନେମା, ସଂସ୍କୃତି ଓ ପର୍ଯ୍ୟଟନ ବାବଦରେ ଆଲୋଚନା ହୋଇଥିବା ଜଣାପଡିଛି । ଏହି ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କେ ପାଣ୍ଡିଆନ ଓ ଆର ମାଧବନଙ୍କ ପୁଅ ତଥା ବେଦାନ୍ତ ମଧ୍ୟ ଉପସ୍ଥିତ ଥିଲେ ।

କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା 48 ତମ ଜାତୀୟ ଜୁନିୟର ଆକ୍ଵାଟିକ ଚାମ୍ପିଅନସିପ ଉଦଯାପିତ ଉତ୍ସବରେ ଅତିଥି ଭାବେ ଯୋଗ ଦେଇଥିଲେ ମାଧବନ । କଳିଙ୍ଗ ଷ୍ଟାଡିୟମ ବିଜୁ ପଟ୍ଟନାୟକ ସ୍ୱଇମିଙ୍ଗପୁଲ କମ୍ପ୍ଲେକ୍ସରେ ଉଦଯାପିତ ପ୍ରତିଯୋଗିତାରେ କର୍ଣ୍ଣାଟକକୁ ସର୍ବାଧିକ 78ଟି ପଦକ ମିଳିଛି । ମହାରାଷ୍ଟ୍ର 42 ଓ ତେଲେଙ୍ଗାନା 17 ପଦକ ପାଇଥିବାବେଳେ ଓଡ଼ିଆ ପଦକ ଶୂନ୍ୟ ରହିଥିଲା । ମୋଟ 853 ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଓଡିଶାରୁ 12 ଜଣ ବାଳକ ଓ 8 ଜଣ ବାଳିକା ସମେତ ମୋଟ 20 ଜଣ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ।

Related Articles

Back to top button