ହାଇଦ୍ରାବାଦର ନାମ୍ପାଲିସ୍ଥିତ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ , ୯ ମୃତ

ହାଇଦ୍ରାବାଦର ନାମ୍ପାଲିସ୍ଥିତ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ ଘଟଣାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି। ଘଟଣାରେ ପ୍ରଥମେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଥିବା ବେଳେ ବର୍ତ୍ତମାନ ଏହି ସଂଖ୍ୟା ୯କୁ ବୃଦ୍ଧି ପାଇଛି। ନିଆଁ ଖୁବ ଜୋରରେ ବ୍ୟାପିବାରୁ ଲୋକେ ଘର ଭିତରୁ ବାହାରି ପାରିନଥିବାରୁ ମୃତ୍ୟୁ ଘଟିଛି।

ତେବେ ତଳେ ଏକ କାର୍‌ ମରାମତି କାର୍ଯ୍ୟ ଚଲୁଥିବା ବେଳେ ଅଚାନକ ବିସ୍ଫୋରଣ ଘଟିବାରୁ ଏହି ଅଗ୍ନିକାଣ୍ଡ ଘଟିଛି। ସଦ୍ୟ ସୂଚନା ମୁତାବକ, ନିଆଁକୁ ଆୟତ୍ତ କରାଯାଇଛି ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଉପର ମହଲାରେ ଫସି ରହିଥିବା ଲୋକମାନଙ୍କୁ ଝରକା ବାଟ ଦେଇ ସୁରକ୍ଷିତ ଭାବେ ବାହାରକୁ ବାହାର କରାଯାଉଛି।

Related Articles

Back to top button