ଟନେଲ ଟ୍ରାଜେଡିରେ ଫସିରହିଛନ୍ତି ୫ ଓଡ଼ିଆ ଶ୍ରମିକ

ଉତ୍ତରାଖଣ୍ଡର ଉତ୍ତରକାଶୀରେ ନିର୍ମାଣାଧିନ ଟନେଲ ଭୁଶୁଡ଼ିବା ଘଟଣା । ଦୁର୍ଘଟଣା ଯୋଗୁ ଟନେଲ ଭିତରେ ଏବେବି ୪୦ରୁ ଅଧିକ ଶ୍ରମିକ ଫସିରହିଥିବା ସୂଚନା ମିଳିଛି । ସେମାନଙ୍କୁ ଉଦ୍ଧାର ପାଇଁ ଅପରେସନ୍ ଜାରି ରହିଛି । ଟନେଲରେ ଫସି ରହିଥିବା ଶ୍ରମିକଙ୍କ ମଧ୍ୟରେ ୫ ଓଡ଼ିଆ ଶ୍ରମିକ ଫସିଥିବା ସୂଚନା ମିଳିଛି । ଗତକାଲିଠାରୁ ଫସି ରହିଛନ୍ତି, ତେବେ ସମସ୍ତେ ସୁରକ୍ଷିତ ଅଛନ୍ତି । ଫସି ରହିଥିବା ଶ୍ରମିକଙ୍କ ସହ ଉଦ୍ଧାରକାରୀ ଦଳଙ୍କ ଯୋଗାଯୋଗ ଜାରି ରହିଛି ।

ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ , ଏସଡିଆରଏଫ , ଆଇଟିବିପି ଓ ବିଆରଓ ଯବାନ ସାମିଲ ରହିଛନ୍ତି । ଟନେଲ ମଧ୍ୟକୁ ଶ୍ରମିକଙ୍କ ପାଖକୁ ପାଇପ ଯୋଗେ ଖାଦ୍ୟ, ଅମ୍ଳଜାନ ପଠାଯାଉଛି । ଏବେ ଟନେଲର ୨୦୫ ମିଟର ଦୂରତାରେ ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ୨୭୦ ମିଟର ପାଖାପାଖି ଦୂରତାରେ ଶ୍ରମିକମାନେ ଫସିଛନ୍ତି ।

ସୂଚନା ଅନୁଯାୟୀ ଗତକାଲି ଭୋର ୪ଟା ବେଳେ ଏହି ଅଘଟଣ ଘଟିଥିଲା । ପ୍ରାୟ ସାଢ଼େ ୪ କିଲୋମିଟର ଲମ୍ବର ଏହି ଟନେଲର ୧୫୦ ମିଟର ଭାଗ ଦବି ଯାଇଥିଲା । ଏହି ଟନେଲଟି ସିଲକ୍ୟାରାରୁ ଦଣ୍ଡାଲଗାଓଁକୁ ସଂଯୋଗ କରିବାପାଇଁ ନିର୍ମାଣ କରାଯାଉଥିଲା ।

Related Articles

Back to top button