ଗୋଆ ସମୁଦ୍ର କୂଳରେ ଏଣିକି ମିଳିବ ମାଛ ତରକାରୀ ଓ ଭାତ।

ଗୋଆ ସମୁଦ୍ର କୂଳରେ ଏଣିକି ମିଳିବ ମାଛ ତରକାରୀ ଓ ଭାତ। ଗୋଆ ପର୍ଯ୍ୟଟନ ମନ୍ତ୍ରୀ ରୋହନ ଖୋଉଣ୍ଟେ ରବିବାର ଏହା କହିଛନ୍ତି। ପର୍ଯ୍ୟଟନ ମନ୍ତ୍ରୀ କହିଛନ୍ତି ଯେ ସମୁଦ୍ର କୂଳରେ ଥିବା ଦୋକାନଗୁଡିକ ବର୍ତ୍ତମାନ ଅନ୍ୟ ଭାରତୀୟ ଏବଂ ଅନ୍ତର୍ଜାତୀୟ ସୁସ୍ୱାଦୁ ଖାଦ୍ୟ ସହିତ ରାଜ୍ୟର ମୁଖ୍ୟ ଖାଦ୍ୟ ‘ମାଛ ତରକାରୀ ଓ ଭାତ’ ବିକ୍ରି କରିବାକୁ ବାଧ୍ୟ ହେବେ।

ଏଠାକାର ବ୍ୟଞ୍ଜନଗୁଡ଼ିକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ରାଗ ଏବଂ ସମଲାଯୁକ୍ତ ସ୍ୱାଦ ପାଇଁ ନଡ଼ିଆ ମିଶା ଖାଦ୍ୟକୁ ମେନୁରେ ବାଧ୍ୟତାମୂଳକ ଭାବେ ଅନ୍ତର୍ଭୁକ୍ତ କରାଯିବ, ଏହା ରାଜ୍ୟର ନୂତନ ଶ୍ୟାକ୍‌ ନୀତିର ଏକ ଅଂଶ।

ପର୍ଯ୍ୟଟନ ମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ ପର୍ଯ୍ୟନ୍ତ ସମୁଦ୍ର କୂଳବର୍ତ୍ତୀ ଦୋକାନରେ ଉତ୍ତର ଭାରତୀୟ ବ୍ୟଞ୍ଜନ ଉପଲବ୍ଧ ଥିଲା, କିନ୍ତୁ ଗୋଆର ବ୍ୟଞ୍ଜନ ଉପଲବ୍ଧ ନ ଥିଲା। ଏହି ଶ୍ୟାକ୍‌ ନୀତି ନିକଟରେ କ୍ୟାବିନେଟ ଦ୍ୱାରା ପାରିତ ହୋଇଛି, ଯାହାର ଉଦ୍ଦେଶ୍ୟ ସମୁଦ୍ର କୂଳରେ ବେଆଇନ ହକର ଏବଂ ଭେଡିଙ୍ଗ୍‌ର ଚ୍ୟାଲେଞ୍ଜ ସମାଧାନ କରିବା।

ମନ୍ତ୍ରୀ କହିଛନ୍ତି ଯେ ସରକାର ବର୍ତ୍ତମାନ ସମୁଦ୍ର କୂଳିଆ ଦୋକାନଗୁଡିକ ପାଇଁ ମାଛ ତରକାରୀ ଓ ଭାତ ସମେତ ଗୋଆର ବ୍ୟଞ୍ଜନକୁ ପ୍ରଦର୍ଶିତ କରିବା ତଥା ପରସିବା ବାଧ୍ୟତାମୂଳକ କରିଛନ୍ତି। ନୂଆ ନୀତି ଅନୁସାରେ, ପ୍ରତ୍ୟେକ ଦୋକାନୀଙ୍କୁ ନିଜର କର୍ମଚାରୀମାନଙ୍କ ତାଲିକା ବିଭାଗକୁ ହସ୍ତାନ୍ତର କରିବାକୁ ପଡ଼ିବ ଏବଂ ସମୁଦ୍ର କୂଳରେ ବେଆଇନ କାର୍ଯ୍ୟକଳାପରେ ଜଡିତ ବ୍ୟକ୍ତିଙ୍କୁ କାର୍ଯ୍ୟାନୁଷ୍ଠାନର ସାମ୍ନା କରିବାକୁ ପଡ଼ିବ।

Related Articles

Back to top button