ଅଗଷ୍ଟ ୧୫ରେ ଉତ୍ତର ପ୍ରଦେଶର ୭୫୦୦ ଅମୃତ ସରୋବରରେ ଉଡିବ ତ୍ରିରଙ୍ଗା

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ କହିଛନ୍ତି ସ୍ୱାଧିନତା ଦିବସର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ୧୫ ଅଗଷ୍ଟରେ ରାଜ୍ୟର ୭୫୦୦ ଅମୃତ ସରୋବରେ ତ୍ରିରଙ୍ଗା ଉଡାଯିବ । ଅମୃତ ସରୋବାରର ଦେଖାଶୁଣା କରିବା ଲାଗି ମନରେଗା ଶ୍ରମିକଙ୍କୁ ନିଯୁକ୍ତ କରାଯିବ । ବୁଧବାର ଗ୍ରାମ୍ୟ ବିକାଶ ବିଭାଗ ଅଧିକାରୀଙ୍କ ସହ ହୋଇଥିବା ବୈଠକରେ ଉପ ମୁଖ୍ୟମନ୍ତ୍ରୀ ଅମୃତ ସରୋବର, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ମନରେଗାର ସମୀକ୍ଷା କରିଥିଲେ । ଉପ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି କି ୧୫ ଅଗଷ୍ଟରେ ଯେଉଁ ୭୫୦୦ ଅମୃତ ସରୋବରରେ ତ୍ରିରଙ୍ଗା ଉଡାଯିବ ସେଠାକାର ଆବଶ୍ୟକ ବ୍ୟବସ୍ଥାକୁ ସୁନିଶ୍ଚିତ କରାଯାଉ ।

Related Articles

Back to top button