ମଝି ଆକାଶରେ ବିମାନରେ ନିଆଁ ଲାଗିଲା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ମଝି ଆକାଶରେ ବିମାନରେ ନିଆଁ ଲାଗିଯାଇଛି। ବିହାର ପାଟନା ବିମାନ ବନ୍ଦରରେ ଏଭଳି ଏକ ବିମାନ ଦୁର୍ଘଟଣା ଘଟିଛି। ଫଳରେ ବିମାନକୁ ଜରୁରୀକାଳୀନ ଅବତରଣ କରାଯାଇଛି। ବିମାନରେ ୧୮୫ ଜଣ ଯାତ୍ରୀ ଥିଲେ। ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି।
ସୂଚନାଯୋଗ୍ୟ, ବିମାନଟି ପାଟନାର ଜୟପ୍ରକାଶ ଇଣ୍ଟରନ୍ୟାସନାଲ ବିମାନ ବନ୍ଦରରୁ ୧୨ଟା ୧୦ ମିନିଟରେ ଦିଲ୍ଲୀ ଅଭିମୁଖେ ଉଡାଣ ଭରିଥିଲା। ତେବେ ଟେକ ଅଫ୍‌ କିଛି ମିନିଟ ପରେ ବିମାନର ଗୋଟିଏ ଡେଣାରେ ନିଆଁ ଲାଗିଯାଇଥିଲା। ତଳେ ଥିବା କିଛି ଲୋକେ ନିଆଁ ଦେଖି ତୁରନ୍ତ ପାଟନା ପୋଲିସକୁ ଏନେଇ ସୂଚନା ଦେଇଥିଲେ। ଏହାପରେ ବିମାନଟିକୁ ଜରୁରୀକାଳୀନ ଅବତରଣ କରାଯାଇଥିଲା।

Related Articles

Back to top button