ବିରୋଧ ପ୍ରଦର୍ଶନ ଯୋଗୁ ଫସି ରହିଥିବା ରେଳ ଯାତ୍ରୀଙ୍କୁ ମିଳିବ ଖାଦ୍ୟ-ପାନୀୟ: ଅଶ୍ୱିନି ବୈଷ୍ଣବ

କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ‘ ଯୋଜନାକୁ ବିରୋଧ କରି ସାରା ଦେଶରେ ପ୍ରଦର୍ଶନ ଜାରି ରହିଛି । ଫଳରେ ଏହାର ପ୍ରଭାବ ଟ୍ରେନ ଚଳାଚଳ ଉପରେ ଅଧିକ ପଡିଛି । ଏପଟେ ପ୍ରଦର୍ଶନକାରୀମାନେ ଟ୍ରେନରେ ନିଆଁ ଲଗାଇଦେବା ଫଳରେ ସବୁଠାରୁ ଅଧିକ କ୍ଷତି ହୋଇଛି ରେଲୱେର । ବିରୋଧ ପ୍ରଦର୍ଶନ ଯୋଗୁ ଅଧିକାଂଶ ଟ୍ରେନକୁ ବାତିଲ କରାଯାଇଥିବା ବେଳେ କିଛି ଟ୍ରେନର ଗତିପଥକୁ ପରିବର୍ତ୍ତନ କରି ଦିଆଯାଇଛି । ଏହା ଫଳରେ ଯାତ୍ରୀମାନେ ଅଟକି ରହିବା ସହ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ରେଳମନ୍ତ୍ରୀ ଅଶ୍ୱିନି ବୈଷ୍ଣବ ସମସ୍ତ ଡିଏମ ଓ ଡିଆରଏମଙ୍କୁ କହିଛନ୍ତି, ବିରୋଧ ପ୍ରଦର୍ଶନ ବେଳେ ଯେଉଁ ରେଳଯାତ୍ରୀମାନେ ଫସି ରହିଥିବା ନଜରକୁ ଆସୁଛି ସେମାନଙ୍କୁ ରେଲୱେ ପକ୍ଷରୁ ଖାଦ୍ୟ ଓ ପାନୀୟ ଯୋଗାଇ ଦିଆଯାଉ ।
ସୂଚନାଯୋଗ୍ୟ, ଅଗ୍ନିପଥ ଯୋଜନାକୁ ନେଇ ହେଉଥିବା ବିରୋଧ ପ୍ରଦର୍ଶନ ଯୋଗୁ ଶନିବାର ୩୬୯ ଟ୍ରେନକୁ ବାତିଲ କରାଯାଇଛି । ଏଥିମଧ୍ୟରୁ ୨୧୦ ଏକ୍ସପ୍ରେସ ଟ୍ରେନ ଥିବା ବେଳେ ୧୫୯ ପାସେଞ୍ଜର ଟ୍ରେନ୍ ରହିଛି । ୨ଟି ମେଲ ଏକ୍ସପ୍ରେସକୁ ଆଶିଂକ ଭାବେ ବାତିଲ କରାଯାଇଥିବାରୁ ବାତିଲ ହୋଇଥିବା ମୋଟ ଟ୍ରେନ ସଂଖ୍ୟା ରହିଛି ୩୭୧ ।

Related Articles

Back to top button