ଉତ୍ତରାଖଣ୍ଡରେ ଉପୁଜିଛି ବନ୍ୟାସ୍ଥିତି

ଉତ୍ତରାଖଣ୍ଡ : ଲଗାତାର ପ୍ରବଳ ବର୍ଷା ଯୋଗୁଁ ଉତ୍ତରାଖଣ୍ଡରେ ବନ୍ୟାସ୍ଥିତି ଉପୁଜିଛି । ଉତ୍ତରାଖଣ୍ଡର ବିଭିନ୍ନ ସ୍ଥାନରେ ସ୍ଥିତି ବେହାଲ ହୋଇପଡିଛି । ସହରଠୁ ଆରମ୍ଭ କରି ଗାଁର ଗଳିରେ ପାଣିର ସୁଅ ଛୁଟୁଛି । ଯାହାଫଳରେ ସ୍ଥାନୀୟ ବାସିନ୍ଦା ମାନଙ୍କର ସ୍ଥିତି ଦିନ କୁ ଦିନ ସଂଗୀନ ହେବାରେ ଲାଗିଛି । ରାସ୍ତାଘାଟରେ ପ୍ରବଳ ପାଣି ଯୋଗୁଁ ଗୋଟେ ଜାଗାରୁ ଅନ୍ୟ ଜାଗାକୁ ଯିବାରେ ବାଧା ସୃଷ୍ଟି ହେଉଛି । ପାଣିଘେରରେ ଲୋକେ ନିଜର ଜୀବନ କାଟୁଛନ୍ତି । ବନ୍ୟା ସାଙ୍ଗକୁ ବର୍ଷା କମିବାର ନାଁ ଧରୁନି । ଯାହା ଲୋକଙ୍କର ଚିନ୍ତାର କାରଣ ପାଲଟୁଛି । ବନ୍ୟା ପ୍ରଭାବରେ ତଳିଆ ଅଂଚଳରେ ବାସ କରୁଥିବା ଲୋକମାନଙ୍କର ବହୁତ କ୍ଷୟକ୍ଷତି ହୋଇଛି । ଜଳବନ୍ଦୀ ଘେରରେ ରହୁଥିବା ଲୋକମାନଙ୍କର ଘର ମଧ୍ୟ ଭାଙ୍ଗିଯାଇଛି । ବନ୍ୟା ଜଳରେ ପ୍ରଭାବିତ ହେଉଥିବା ଅଂଚଳ ଗୁଡିକରେ ଉଦ୍ଧାରକାରୀ ଟିମ ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରୁଛନ୍ତି । ଗଙ୍ଗା ନଦୀର ଜଳସ୍ତର ବଢ଼ିବାରେ ଲାଗିଛି । ସୂଚନା ଅନୁସାରେ ,ଡ଼େରାଡ଼ୁନ, ଟିହରି, ପୈାଡ଼ୀ, ନୈନିତାଲ ଏବଂ ଚମ୍ପାବତ ଆଦି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ଅରେଂଜ ୱାଣ୍ଣିଂ ଜାରି କରାଯାଇଛି । ଲଗାତର ଭାବେ ଯଦି ଏପରି ଜଳସ୍ତର ବଢ଼େ ତେବେ ପୁଣି ଭୟାବହ ବନ୍ୟା ପରିସ୍ଥିତି ନେଇ ଆଶଙ୍କା କରିଛନ୍ତି ସ୍ଥାନୀୟ ବାସିନ୍ଦା ।

Related Articles

Back to top button