ଶୁଭଲକ୍ଷ୍ମୀ ମୃତ୍ୟୁ ଘଟଣାରେ ଉଦବେଗ ପ୍ରକାଶ କଲେ ରାଜ୍ୟ ମହିଳା କମିଶନ

ଭୁବନେଶ୍ୱର : ଶୁଭଲକ୍ଷ୍ମୀ ମୃତ୍ୟୁ ଘଟଣାରେ ଉଦବେଗ ପ୍ରକାଶ କଲେ ରାଜ୍ୟ ମହିଳା କମିଶନ। ୧୫ ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଦେବାକୁ କମିଶନରେଟ୍ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୧୫ ଜଣଙ୍କ ବୟାନ୍ ରେକର୍ଡ ହୋଇସାରିଲାଣି। ପୋଷ୍ଟମର୍ଟମ ରିପୋର୍ଟ ଓ ସିଡିଆର ତଥ୍ୟ ଅନୁସାରେ ତଦନ୍ତ କରାଯାଉଛି।

ସେପଟେ ପୋଲିସ ହାତରେ ଲାଗିଛି ଶୁଭଲକ୍ଷ୍ମୀଙ୍କ CDR ରିପୋର୍ଟ। ମୃତ୍ୟୁ ରହସ୍ୟ ଖୋଲିବ କଲ୍ ଡିଟେଲସ ରିପୋର୍ଟ। ଯେଉଁଥିରୁ ଜଣାପଡିବ ଶୁଭଲକ୍ଷ୍ମୀ କାହା ସହ କଥା ହଉଥିଲେ। କେତେ ସମୟ କଥା ହେଉଥିଲେ। ମୃତ୍ୟୁ ପୂର୍ବରୁ କାହାକୁ ଫୋନ୍ କରିଥିଲେ। ଗୋଟିଏ ନମ୍ବରରୁ ଶୁଭଲକ୍ଷ୍ମୀଙ୍କ ମୋବାଇଲକୁ ଏକାଧିକ ଥର କଲ ଆସିଛି। ସେହି ନମ୍ବର କାହାର ତାକୁ ନେଇ ଯାଞ୍ଚ ଚାଲିଛି। ଅଙ୍କଲଙ୍କ ସହ ଶୁଭଲକ୍ଷ୍ମୀଙ୍କ ସମ୍ପର୍କ ନେଇ ମଧ୍ୟ ତନାଘନା ଚଳାଇଛି ପୋଲିସ। ଏସବୁ ରହସ୍ୟ ଉପରୁ ପରଦା ଉଠାଇବାକୁ ତନାଘନା ଚଳାଇଛି କମିଶନରେଟ୍ ପୋଲିସ। ଗତ ଶନିବାର ଭୁବନେଶ୍ବର ଦୀପାଳି ବାର୍ ରୁମ୍ ନମ୍ବର ୨୦୫ରୁ ଶୁଭଲକ୍ଷ୍ମୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ।

Related Articles

Back to top button