ଆସାମ ବନ୍ୟା: ମୃତ୍ୟୁସଂଖ୍ୟା ୪୪

ଆସାମର ଗୋଲପଡା ସହରରେ ଗୁରୁବାର ପ୍ରବଳ ବର୍ଷା ଜନିତ ଭୂସ୍ଖଳନରେ ୨ ନାବାଳକଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ବନ୍ୟାଜନିତ ମୃତ୍ୟୁସଂଖ୍ୟା ୪୪ରେ ପହଞ୍ଚତ୍ଛି। ସୋମବାର ରାତିରୁ ଆସାମର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ଜାରି ରହିଛି। ମଙ୍ଗଳବାର ଗୁଆହାଟୀରେ ମାଟି ଅତଡ଼ା ଖସି ୪ ଜଣ ନିର୍ମାଣ ଶ୍ରମିକ ପ୍ରାଣ ହରାଇବା ସହ ଅନ୍ୟ ୩ ଜଣ ଆହତ ହୋଇଥିଲେ। ପ୍ରବଳ ବର୍ଷାରେ ଆସାମର ୧୮ ଜିଲାରେ ଜୀବନଯାତ୍ରା ପ୍ରଭାବିତ ହୋଇଛି। ଗତ ୭ ଦିନ ମଧ୍ୟରେ ଆସାମ ଓ ମେଘାଳୟରେ ସ୍ବାଭାବିକଠାରୁ ୧୨୫ ପ୍ରତିଶତ ଅଧିକ ବର୍ଷା ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ବ୍ରହ୍ମପୁତ୍ର ଓ ଏହାର ଶାଖା ନଦୀଗୁଡ଼ିକରେ ବନ୍ୟା ଆସି ଆସାମର ୮ ଜିଲା କ୍ଷତିଗ୍ରସ୍ତ ହୋଇଛି। ୭୫ ହଜାରରୁ ଅଧିକ ଲୋକ ବନ୍ୟା ଯୋଗୁ ପ୍ରଭାବିତ ହୋଇଛନ୍ତି।

Related Articles

Back to top button