ଓଡ଼ିଶାରେ କରୋନା ଭୟ ନାହିଁ, ତଥାପି ସତର୍କ ରହିବାକୁ ପରାମର୍ଶ

ଯେଉଁଠି କ୍ଲଷ୍ଟର ଆଉଟବ୍ରେକ ହେଉଛି, କଣ୍ଟାକ୍ଟ ଟ୍ରେସିଂ ସହ ଆଇସୋଲେଟ କରି ଟ୍ରିଟ୍‌ମେଣ୍ଟ କରିବାକୁ ଜିଲ୍ଲାମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ।

ରାଜ୍ୟରେ କୋଭିଡ ସ୍ଥିତିକୁ ନେଇ ଆତଙ୍କିତ ହେଲା ଭଳି ସ୍ଥିତି ନାହିଁ । ଏନେଇ ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର । ତେବେ କାଶ ଥଣ୍ଡା କିମ୍ବା ଜ୍ୱର ହେଲେ ଲୋକେ ନିଜକୁ ଆଇସୋଲେଟ କରିବା ସହ ଟେଷ୍ଟିଂ କରାଇ ନିଅନ୍ତୁ । ବର୍ତ୍ତମାନ ରାଜ୍ୟରେ ୧୦ ହଜାର ଟେଷ୍ଟରୁ ୨୫ଜଣଙ୍କ ପଜିଟିଭ ବାହାରୁଛି । ରାଜ୍ୟରେ ପଜିଟିଭିଟି ହାର ୦.୦୫ ପ୍ରତିଶତ ପାଖାପାଖି ରହୁଛି । ଯେହେତୁ ଭାଇରସ ଅଛି, ସଂକ୍ରମଣ ବି ଅଛି । ସଂକ୍ରମଣ ତଳ ଉପର ହେବ, କେଉଁଠି ବଢିବ ତ କେଉଁଠି କମିବ । ମୁଖ୍ୟ କଥା ହେଉଛି, କେତେ ଲୋକ ଗୁରୁତର ହେଉଛନ୍ତି ଓ ଡାକ୍ତରଖାନା ଯାଉଛନ୍ତି । ସେ ସଂଖ୍ୟା ନିଶ୍ଚିତ ଭାବେ କମୁଛି । ଯେଉଁଠି କ୍ଲଷ୍ଟର ଆଉଟବ୍ରେକ ହେଉଛି, କଣ୍ଟାକ୍ଟ ଟ୍ରେସିଂ ସହ ଆଇସୋଲେଟ କରି ଟ୍ରିଟ୍‌ମେଣ୍ଟ କରିବାକୁ ଜିଲ୍ଲାମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ଅନ୍ୟପଟେ ଗତ ସପ୍ତାହେ ହେଲା ୨ ଅଙ୍କ ଭିତରେ ରହୁଛି ରାଜ୍ୟର କରୋନା ସଂକ୍ରମଣ ସଂଖ୍ୟା । କିନ୍ତୁ ଗତକାଲି ସାମାନ୍ୟ ବଢିଥିଲା । ଦେଶର ବିଭିନ୍ନ ରାଜ୍ୟରେ ଯେଉଁଭଳି ସଂକ୍ରମଣ ବଢୁଛି ତାକୁ ଦେଖି ଆମକୁ ସତର୍କତାମୂଳକ ପଦକ୍ଷେପ ନେବାକୁ ପଡ଼ିବ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଥିଲେ ।

ଏହାସହ ସେ କହିଥିଲେ ଯେ, ‘ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଯେଉଁଭଳି ସର୍ଭିଲାନ୍ସ ଚାଲିଛି । ଟେଷ୍ଟିଂ ଚାଲିଛି ତାକୁ ବଢ଼େଇବା ପାଇଁ କୁହାଯାଇଛି । ଲୋକଙ୍କୁ ଆମେ ଅପିଲ କରୁଛୁ ଯେଉଁ ମାନଙ୍କର ଲକ୍ଷଣ ଦେଖାଯାଉଛି ସେମାନେ ତୁରନ୍ତ ପରୀକ୍ଷା କରାଇ ନିଅନ୍ତୁ ।’ ଭିଡ଼କୁ କମାଇବାକୁ ମଧ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି ।

ସେ ଆହୁରି କହିଥିଲେ ଯେ, ‘ଲୋକେ ସ୍ୱତଃପ୍ରବୃତ୍ତ ଭାବେ ଆଗକୁ ଆସି ଟେଷ୍ଟିଂ କରାଇ ନିଅନ୍ତୁ । ଅଳ୍ପ ବଢିଲେ ବି ତାକୁ ଅଣଦେଖା ନକରି ସତର୍କ ରହିବାକୁ ହେବ । କୋଭିଡ ସମେତ ସମସ୍ତ ରୋଗକୁ ଚିହ୍ନଟ କରିବା ପାଇଁ ଘରକୁ ଘର ବୁଲି ସର୍ଭେ କରିବା ପାଇଁ ଜିଲ୍ଲାପାଳ ମାନଙ୍କୁ ନିର୍ଦେଶ ଦିଆଯାଇଛି । ଜୁନ ୨୧ରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଏହି ସର୍ଭେିଲାନ୍ସ ଚାଲିବ । ସ୍ୱାସ୍ଥ୍ୟ କର୍ମୀ ମାନେ ଘରକୁ ଘର ବୁଲି ସର୍ଭେ କରାଯିବ । ’

Related Articles

Back to top button