ଦେଶରେ ଦୁଗ୍ଧ ଏବଂ ଦୁଗ୍ଧଜାତ ସାମଗ୍ରୀ ଯାଞ୍ଚ କରିବ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ ଅଥରିଟି

ନୂଆଦିଲ୍ଲୀ : ସାରା ଦେଶରେ ଦୁଗ୍ଧ ଏବଂ ଦୁଗ୍ଧଜାତ ସାମଗ୍ରୀ ଯାଞ୍ଚ କରିବ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ ଅଥରିଟି । ଏସବୁ ସାମଗ୍ରୀରେ ଅପମିଶ୍ରଣ ଉପରେ ଅଙ୍କୁଶ ଲାଗି ଏଭଳି ପଦକ୍ଷେପ ନିଆଯିବ । ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଥିବା ସଂଗଠିତ ଏବଂ ଅଣସଂଗଠିତ କ୍ଷେତ୍ରରୁ ସାମ୍ପଲ ସଂଗ୍ରହ କରି ପରୀକ୍ଷା କରାଯିବ ।

ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ ଅଥରିଟି ଅତୀତରେ ମଧ୍ୟ ସାରା ଦେଶର ବ୍ୟାପକ ଅଞ୍ଚଳରୁ ଅନେକ ସାମ୍ପଲ ସଂଗ୍ରହ କରି ପରୀକ୍ଷା କରିଥିଲା । ଏଥିରେ ଥିବା କୀଟନାଶକ, ଅଣୁଜୀବ ସହ ଅନ୍ୟ ସାମଗ୍ରୀର ଅଂଶକୁ ଯାଞ୍ଚ କରାଯିବ । ତେବେ ଗୁଣବତ୍ତା ଏବଂ ନିରାପତ୍ତା ପାରାମିଟରଗୁଡିକର ଅନୁପାଳନ ପାଇଁ ଏହି ସର୍ବେକ୍ଷଣର ନମୁନାଗୁଡିକ ସଂଗ୍ରହ କରାଯିବ ।

Related Articles

Back to top button