ସୁପ୍ରିମକୋର୍ଟରେ ପହଞ୍ଚିଲା ନୂଆ ସଂସଦ ଭବନ ଉଦଘାଟନ ପ୍ରସଙ୍ଗ ବିବାଦ

ନୂଆଦିଲ୍ଲୀ : ଭାରତର ନୂଆ ସଂସଦ ଭବନ ଉଦଘାଟନ ପ୍ରସଙ୍ଗରେ ବିବାଦ ଥମିବାର ନାଁ ନେଉନି । ଏହି ପ୍ରସଙ୍ଗ ଏବେ ସୁପ୍ରିମକୋର୍ଟ ପହଞ୍ଚିଛି । ରାଷ୍ଟ୍ରପତି ସଂସଦ ଭବନ ଉଦଘାଟନ କରିବାକୁ ନିର୍ଦ୍ଦେଶ ଦେବା ଲାଗି ସୁପ୍ରିମକୋର୍ଟରେ ଆବେଦନ ହୋଇଛି । ଲୋକସଭା ସଚ୍ଚିବାଳୟ ରାଷ୍ଟ୍ରପତିଙ୍କୁ ଉଦଘାଟନ ଲାଗି ଆମନ୍ତ୍ରିତ ନକରିବା ସମ୍ବିଧାନର ଉଲଂଘନ ବୋଲି ଆବେଦନକର୍ତ୍ତା ଦର୍ଶାଇଛନ୍ତି ।

ସଂସଦ ଭବନର ଉଦଘାଟନ ସମାରୋହକୁ ମୋଟ ୪୦ଟି ରାଜନୈତିକ ଦଳରୁ ୨୦ଟି ଦଳ ଏହାକୁ ବର୍ଜନ କରିିଥିବା ବେଳେ ୧୭ଟି ଦଳ ଆମନ୍ତ୍ରଣକୁ ସ୍ବୀକାର କରିଛନ୍ତି । ନୂଆ ସଂସଦ ଭବନ ଉଦ୍ ଘାଟନକୁ ବର୍ଜନ କରିଥିବା ଦଳ ଗୁଡିକ ହେଲେ କଂଗ୍ରେସ, ଟିଏମ୍ ସି, ଡିଏମ୍ କେ, ଜେଡିୟୁ, ଆପ୍ , ଶିବସେନା, ଏସ୍ ପି, ଏନ୍ ସିପି, ଏସଏସ (ୟୁବିଟି), ଆରଜେଡି, ସିପିଏମ୍ , ସିପିଆଇ, ଆଇୟୁଏମଏଲ, ଜେଏମଏମ, ଏନ୍ ସି, କେସି (ଏମ୍ ), ଆର୍ ଏସପି, ଭିସିକେ, ଏମ୍ ଡିଏମ୍ କେ, ଆର୍ ଏଲ୍ ଡି ଏହି ମିଳିତ ବିବୃତିରେ ସ୍ବାକ୍ଷର କରିଛନ୍ତି। ଅନ୍ୟପଟେ ନୂଆ ସଂସଦ ଭବନ ଉଦ୍ ଘାଟନ କାର୍ଯ୍ୟକ୍ରମରେ ଶିରୋମଣି ଅକାଳୀ ଦଳ, ତେଲୁଗୁ ଦେଶମ୍ ପାର୍ଟି (ଟିଡିପି) ଏବଂ ବିଜୁ ଜନତା ଦଳ(ବିଜେଡି) ଯୋଗଦେବେ ବୋଲି ଘୋଷଣା କରିଛନ୍ତି।

Related Articles

Back to top button