କଏଦୀଙ୍କୁ ରୋଜଗାରକ୍ଷମ କରୁଛି ସାଗର ସେଣ୍ଟ୍ରାଲ ଜେଲ ହ୍ୟାଣ୍ଡଲୁମ ସେଣ୍ଟର

ଭୋପାଳ: ଜେଲରେ ହ୍ୟାଣ୍ଡଲୁମ ସେଣ୍ଟର । ମଧ୍ୟପ୍ରଦେଶର ସାଗର ସେଣ୍ଟ୍ରାଲ ଜେଲର ହ୍ୟାଣ୍ଡଲୁମ୍ ସେଣ୍ଟରରେ କାମ କରି ରୋଜଗାର କ୍ଷମ ହୋଇପାରିଛନ୍ତି କଏଦୀ । ଏଠାରେ କଏଦୀମାନେ କଟନ ଓ ଖଦୀରେ ବସ୍ତ୍ର ତିଆରି କରିବାର କୌଶଳ ଶିଖିବା ସହିତ ରୋଜଗାର ମଧ୍ୟ କରୁଛନ୍ତି । ତେବେ ଜେଲରୁ ବାହାରିବା ପରେ କଏଦୀ ମାନେ କିଭଳି ଏହାକୁ ନେଇ ରୋଜଗାରକ୍ଷମ ହୋଇପାରିବେ ସେନେଇ ମଧ୍ୟ ଜେଲ ପ୍ରଶାସନ ତରଫରୁ ସାହାଯ୍ୟ ପ୍ରଦାନ କରାଯାଉଛି । ଜେଲରେ କଏଦୀ ମାନଙ୍କ ଦ୍ବାରା ପ୍ରସ୍ତୁତ ପୋଷାକ ବାହାରକୁ ମଧ୍ୟ ପଠାଯାଉଛି। ସେହିପରି ଜେଲର ଶୋ’ରୁମ୍ ଗୁଡିକରେ ମଧ୍ୟ ବିକ୍ରି ପାଇଁ ପୋଷାକ ଉପଲବ୍ଧ ରହୁଛି ।

ବିଦ୍ୟା ସାଗରଙ୍କ ପ୍ରେରଣାରୁ ଆରମ୍ଭ

ନଭେମ୍ବର ୨୦୧୫ରେ ଆଚାର୍ଯ୍ୟ ବିଦ୍ୟାସାଗରଙ୍କ ପ୍ରେରଣା  ରେ ଜେନ ତିର୍ଥ ବିନା ଭରାହାରେ ହ୍ୟାଣ୍ଡଲୁମ୍ କେନ୍ଦ୍ର ଆରମ୍ଭ ହୋଇଥିଲା । କେନ୍ଦ୍ରୀୟ ଜେଲ ସାଗରର ତତ୍କାଳୀନ ତଥା ବର୍ତ୍ତମାନର ଜେଲ ଅଧୀକ୍ଷକ ରାକେଶ ଭଙ୍ଗ୍ରେ ବିଭାଗୀୟ ସ୍ତରରେ ସମନ୍ୱୟ ରକ୍ଷା କରିବାକୁ ଆଚାର୍ଯ୍ୟ ବିଦ୍ୟାସାଗରଙ୍କୁ ଅନୁରୋଧ କରିଥିଲେ । ଏହାପରେ ଆଚାର୍ଯ୍ୟ ବିଦ୍ୟାସାଗରଙ୍କ ପ୍ରେରଣାରେ ପ୍ରାୟ ଏକ କୋଟି ଟଙ୍କା ବ୍ୟୟରେ ସମ୍ୟକ ଦର୍ଶନ ସହକାର ସଂଘ ଜାନୁଆରୀ 1, 2018ରେ ସାଗର କେନ୍ଦ୍ରୀୟ ଜେଲରେ ହ୍ୟାଣ୍ଡଲୁମ୍ କେନ୍ଦ୍ର  ଆରମ୍ଭ କରିଥିଲେ । କେନ୍ଦ୍ରୀୟ ଜେଲ ଭିତରେ 10,250 ବର୍ଗଫୁଟରେ ଏହି ଗୃହ ନିର୍ମାଣ କରାଯାଇଥିଲା । ବର୍ତ୍ତମାନ ସେଠାରେ 110 କଏଦୀ ନିୟୋଜିତ ଥିବାବେଳେ 54 ହ୍ୟାଣ୍ଡଲୁମ୍ ଉପରେ କାମ କରୁଛନ୍ତି । ଯେଉଁମାନେ ରୋଜଗାର ସହିତ ପୋଷାକ ତିଆରି କରିବାର କୌଶଳ ଶିକ୍ଷା କରି ଦକ୍ଷ କାରିଗର ହୋଇପାରିଛନ୍ତି ।

ସଜ୍ଜା ସହ ରୋଜଗାର

କେନ୍ଦ୍ରୀୟ ଜେଲ ସାଗରରେ କାର୍ଯ୍ୟ କରୁଥିବା ହ୍ୟାଣ୍ଡଲୁମ୍ ସେଣ୍ଟରର ଅପରେଟର ଡକ୍ଟର ରେଖା ଜୈନ କହିଛନ୍ତି ଯେ,”ଆଚାର୍ଯ୍ୟ ବିଦ୍ୟାସାଗରଙ୍କ ଆଶୀର୍ବାଦରୁ ଏହି ହ୍ୟାଣ୍ଡଲୁମ୍ ସେଣ୍ଟର ଆରମ୍ଭ ହୋଇଛି । ଏଠାରେ ବର୍ତ୍ତମାନ 110 ଜଣ କଏଦୀ କାମ କରୁଥିବା ବେଳେ 54 ଟି ହ୍ୟାଣ୍ଡଲୁମ୍ ଉପରେ କାମ କରୁଛନ୍ତି । ଯେଉଁମାନେ ପ୍ରତିଦିନ 250 ରୁ 300 ଟଙ୍କା ରୋଜଗାର କରୁଛନ୍ତି । ସାଧାରଣ ପୋଷାକ ତିଆରି ପାଇଁ ମିଟର 50 ଟଙ୍କା ଏବଂ ଡିଜାଇନ ପୋଷାକ ପ୍ରସ୍ତୁତ ପାଇଁ ଦୁଇ ଶହରୁ ତିନି ଶହ ଟଙ୍କା ପ୍ରଦାନ କରାଯାଉଛି ।

ଜେଲରୁ ମୁକ୍ତ ହେବା ପରେ ରୋଜଗାର କ୍ଷମ ହେବେ କଏଦୀ

ଯେଉଁ କଏଦୀ ମାନେ ଜେଲରୁ ମୁକ୍ତ ହେବେ ସେମାନଙ୍କୁ ରୋଜଗାର ପାଇଁ ଅନୁଷ୍ଠାନ ତରଫରୁ ହସ୍ତତନ୍ତ ଏବଂ ସୂତା ଯୋଗାଇ ଦିଆଯିବା ସହ ସେମାନଙ୍କ ଦ୍ବାରା ପ୍ରସ୍ତୁତ ପୋଷାକକୁ ମଧ୍ୟ କ୍ରୟ କରୁଛି । 2012 ମସିହାରୁ ହତ୍ୟା ମାମଲାରେ ଦଣ୍ଡ ଭୋଗୁଥିବା ବିଜୟ ରାଙ୍କୱାର କହିଛନ୍ତି ଯେ, ”2019 ରେ ମୁଁ ଏକ ହ୍ୟାଣ୍ଡଲୁମ୍ ସେଣ୍ଟରରେ କାମ କରିବା ଆରମ୍ଭ କରିଥିଲି । ସମସ୍ତ ପ୍ରକାର ପୋଷାକ ତିଆରି କରିବାର କୌଶଳ ଖିଖିଥିଲି, ଏହା ପରେ ପ୍ରତି ମାସରେ ମୁଁ 4 ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଛି । ଏଠାରୁ ମୁଁ ମୁକୁଳିବା ପରେ ମୋ ଘରେ ହ୍ୟାଣ୍ଡଲୁମ୍ ଆରମ୍ଭ କରିବି ଏବଂ ଲୋକଙ୍କୁ ଶିକ୍ଷା ମଧ୍ୟ ଦେବି”।

ପ୍ରିଟେଣ୍ଡ୍ ଏବଂ ଡିଜାଇନର୍ ପୋଷାକ

ସାଧା ପୋଷାକ ବ୍ୟତୀତ ପ୍ରିଣ୍ଟ୍ ଏବଂ ଡିଜାଇନର୍ ପୋଷାକ ମଧ୍ୟ ହ୍ୟାଣ୍ଡଲୁମ୍ ସେଣ୍ଟରରେ ତିଆରି ହୁଏ । ସୂତାରେ ତିଆରି ଶାଢୀ, ସାଲୱାର୍ ଶୁଟ୍, କୁର୍ତ୍ତା, ସାର୍ଟ ଏବଂ ପ୍ୟାଣ୍ଟ ତିଆରି କରାଯାଏ । ବଜାର ତୁଳନାରେ ଏହି ପୋଷାକର ମୂଲ୍ୟ ମଧ୍ୟ କମ୍ ଅଟେ । ଜେଲରେ ତିଆରି ପୋଷାକ ବିକ୍ରୟ ପାଇଁ ସଦଭାବନା ବିକ୍ରମାୟ ନାମକ ଏକ ଶୋ’ରୁମ ଅଛି । ଏଠାରେ ପୋଷାକ ଗୁଡିକୁ କମ୍ ମୂଲ୍ୟରେ ବିକ୍ରୟ କରାଯାଏ । ଏହା ବ୍ୟତୀତ ଏଠାରେ ଥିବା ପୋଷାକ ମଧ୍ୟ ବାହାରକୁ ପଠାଯାଉଛି ।

Related Articles

Back to top button