ଆନ୍ଦୋଳନରତ କୃଷକଙ୍କ ସହ ସରକାର କରିବେ ଆଲୋଚନା : କେନ୍ଦ୍ର କୃଷିମନ୍ତ୍ରୀ ଅର୍ଜୁନ ମୁଣ୍ଡା

ଆନ୍ଦୋଳନରତ କୃଷକଙ୍କ ସହ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି କେନ୍ଦ୍ର କୃଷିମନ୍ତ୍ରୀ ଅର୍ଜୁନ ମୁଣ୍ଡା କହିଛନ୍ତି। ଶ୍ରୀ ମୁଣ୍ଡା ଆଜି ନୂଆଦିଲ୍ଲୀରେ ଗଣମାଧ୍ୟମ ଜରିଆରେ ଆଲୋଚନା ଓ ସହଯୋଗର ବାତାବରଣ ସୃଷ୍ଟି କରିବାକୁ କୃଷକ ସଂଗଠନଗୁଡ଼ିକୁ ଅନୁରୋଧ କରିଛନ୍ତି। ଏହା ପରିସ୍ଥିତିକୁ ଆହୁରି ଜଟିଳ କରିବ ବୋଲି ସେ କହିବା ସହ ସାଧାରଣ ଲୋକଙ୍କ ପାଇଁ କୌଣସି ବାଧା ସୃଷ୍ଟି ନକରିବାକୁ ମନ୍ତ୍ରୀ କୃଷକ ସଂଗଠନଗୁଡ଼ିକୁ ଅନୁରୋଧ କରିଛନ୍ତି। ସଂପୃକ୍ତ ସମସ୍ତ ପ୍ରଶାସନିକ କାର୍ଯ୍ୟ ଯଥାଶୀଘ୍ର ଶେଷ କରାଯିବ ବୋଲି କୃଷିମନ୍ତ୍ରୀ କୃଷକମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ତେବେ ନୂଆ ଆଇନ ପ୍ରଣୟନ କରିବା ପୂର୍ବରୁ ଅନେକ ବିଷୟ ଉପରେ ବିଚାର କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।ଚାଷୀଙ୍କ ସହ ଆଲୋଚନା କରି ସରକାର ଚାଷୀଙ୍କ ଦାବିର ସମ୍ଭାବ୍ୟ ସମାଧାନ କରିବାକୁ ଇଚ୍ଛୁକ ବୋଲି ଶ୍ରୀ ମୁଣ୍ଡା କହିଛନ୍ତି।

Related Articles

Back to top button