ପୁରୀ ପୋଲିସର ବଡ଼ ପଦକ୍ଷେପ : ଶ୍ରୀମନ୍ଦିର ଉପରେ ନୋ ଫ୍ଲାଇଙ୍ଗ ଜୋନ୍ ଘୋଷଣା

ଆଜି ପୁରୀ ପୋଲିସ ପକ୍ଷରୁ ଏକ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ପୁରୀ ଶ୍ରୀମନ୍ଦିର ଉପରେ ନୋ ଫ୍ଲାଇଙ୍ଗ ଜୋନ୍ ଘୋଷଣା ସହିତ ଭିତରେ ମୋବାଇଲ ଦ୍ୱାରା ଫୋଟୋ ଉତ୍ତୋଳନକୁ ବାରଣ କରାଯାଇଛି। ତେବେ ଶ୍ରୀଜଗନ୍ନାଥ ମନ୍ଦିରରେ ଶାନ୍ତି ଓ ନିରାପତ୍ତା ସୁନିଶ୍ଚିତ କରିବା ନେଇ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଏ ନେଇ ପ୍ରାଥମିକ ଭାବେ ପୁରୀ ପୋଲିସ ପକ୍ଷରୁ ସଚେତନତା ସୃଷ୍ଟି କରାଯାଇଥିବା ବେଳେ ନିୟମ ଉଲ୍ଲଂଘନ କଲେ କଡା ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି। ଏହା ଉପରେ ସ୍ୱତନ୍ତ୍ର ନଜର ରଖିବ ପୁରୀ ପୁଲିସ।

ତେବେ ପୂର୍ବରୁ ପୁରୀ ମନ୍ଦିରର ଭିଡିଓ ସାମାଜିକ ଗଣମାଧ୍ୟମରେ ଅନେକ ଥର ଭାଇରାଲ ହୋଇଛି। ଡ୍ରୋନ୍‌ ମାଧ୍ୟମରେ ପୁରୀ ମନ୍ଦିରର ଭିଡିଓଗ୍ରାଫି କରି ସାମାଜିକ ଗଣମାଧ୍ୟମରେ ଅପଲୋଡ କରାଯାଇଛି। ଏଣୁ ଏହାକୁ ନେଇ ଅନେକ ବିବାଦ ଦେଖାଦେଇଥିବା ବେଳେ ପରବର୍ତ୍ତୀ ସମୟରେ ଏଭଳି ଏକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ ବିଭାଗ । ସେପଟେ ପୋଲିସ ବିଭାଗର ଏପରି ପଦକ୍ଷେପକୁ ଭକ୍ତ, ସେବାୟତ, ବୁଦ୍ଧିଜୀବୀମାନେ ସ୍ୱାଗତ କରିବା ସହ ପ୍ରଶଂସା କରିଛନ୍ତି।

Related Articles

Back to top button