ଧ୍ରୁବ ରାଠୀଙ୍କ ଭିଡିଓ ସମେତ ୪୫ ୟୁଟ୍ୟୁବ୍ ଭିଡିଓ ବ୍ଲକ୍‌ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ସାମ୍ପ୍ରଦାୟିକ ସଦ୍‌ଭାବନା ବିଗାଡ଼ିବା ଅଭିଯୋଗରେ ୪୫ ୟୁଟ୍ୟୁବ ଭିଡିଓକୁ ବ୍ୟାନ୍ କଲେ କେନ୍ଦ୍ର ସରକାର। ୧୦ ୟୁଟ୍ୟୁବ ଚ୍ୟାନେଲ୍‌ରେ ୪୫ ଭିଡିଓକୁ ବ୍ଲକ୍ କରିବାକୁ ସୋସାଲ୍ ମିଡିଆ ପ୍ଲାଟ୍‌ଫର୍ମ ୟୁଟ୍ୟୁବକୁ ନିର୍ଦ୍ଦେଶ ଦେଇଥିଲା କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ। ବ୍ଲକ୍‌ କରାଯାଇଥିବା ଭିଡିଓଗୁଡ଼ିକର ମୋ ଭିୟ ୧ କୋଟି ୩୦ ଲକ୍ଷ ଥିଲା। ବ୍ଲକ୍‌ କରାଯାଇଥିବା ଭିଡିଓଗୁଡ଼ିକ ମଧ୍ୟରୁ ଧ୍ରୁବ୍‌ ରାଠୀଙ୍କର ଭିଡିଓ ମଧ୍ୟ ରହିଛି। ସେପ୍ଟେମ୍ବର ୨୩ ତାରିଖରେ ଏହି ନିଷ୍ପତ୍ତି ନିଆଯାଇଥିଲା। ଗୁଇନ୍ଦା ସୂଚନା ମିଳିବା ପରେ ଏହି ନିର୍ଦ୍ଦେଶ ଦେଇଥିଲା ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ।

ଭିଡିଓ ବ୍ୟାନ୍ ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଓ ସୂଚନା ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର। ସେ କହିଛନ୍ତି ” ଦେଶ ବିରୋଧରେ ବିଷଉଦ୍‌ଗାର କରି ଭ୍ରମାତ୍ମକ ସୂଚନା ଦେଇ ମିତ୍ର ରାଷ୍ଟ୍ରଗୁଡ଼ିକ ସହ ସମ୍ପର୍କ ଭାଙ୍ଗିବାକୁ ଚେଷ୍ଟା କରାଯାଇଥିବା ୧୦ ଭିଡିଓକୁ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ବ୍ୟାନ୍ ଓ ନିଲମ୍ବିତ କରିଛି। ଆଇଟି ନିୟମ ୨୦୨୧(ମଧ୍ୟସ୍ଥି ନିର୍ଦ୍ଦେଶାବଳୀ ଏବଂ ଡିଜିଟାଲ୍ ମିଡିଆ ଆଦର୍ଶ ଆଚାରଣ ବିଧି) ଅନୁସାରେ, ଭିଡିଓ ବ୍ଲକ୍‌ କରିବାକୁ ୨୩.୦୯.୨୦୨୨ରେ ନିର୍ଦ୍ଦେଶନାମା ଜାରି କରାଯାଇଥିଲା” ବୋଲି ମନ୍ତ୍ରାଳୟ ପକ୍ଷରୁ ବିବୃତ୍ତି ଜାରି କରି କୁହାଯାଇଛି।

Related Articles

Back to top button