‘ବାରଙ୍ଗ ୧୯୯୯’ ଫିଲ୍ମକୁ ନେଇ ଅଞ୍ଜନା ମିଶ୍ର କହିଲେ – ମୁଁ ଚାହେଁନା ମୋ କାହାଣୀ ପରଦାକୁ ଆସୁ…

ଭୁବନେଶ୍ୱର : ମୋ ବିନା ଅନୁମତିରେ ଫିଲ୍ମ ନିର୍ମାଣ ଚାଲିଛି । ଏହାକୁ ତୁରନ୍ତ ବନ୍ଦ କରନ୍ତୁ । ନହେଲେ ମୁଁ କୋର୍ଟର ଆଶ୍ରୟ ନେବି । ଓଟିଟି ପ୍ଲାଟଫର୍ମରେ ଅଞ୍ଜନା ମିଶ୍ରଙ୍କ ଜୀବନ କାହାଣୀକୁ ନେଇ ଫିଲ୍ମ ନିର୍ମାଣକୁ ନେଇ ମୁଁ ଖୋଲିଛନ୍ତି ନିଜେ ଅଞ୍ଜନା ମିଶ୍ର ।

ସେ କହିଛନ୍ତି ଯେ, ମୋ ଜୀବନ କାହାଣୀକୁ ନେଇ ଓଟିଟି ପ୍ଲାଟଫର୍ମରେ ସିନେମା ହେବା ଖବର କାଗଜରୁ ପଢ଼ିଲି। କଞ୍ଚାଲଙ୍କା ଏହାକୁ ନିର୍ମାଣ କରୁଛି। ଏପରି କରିବା ଆଦୌ ଉଚିତ ନୁହେଁ ।ମୋ ସହିତ ଫିଲ୍ମ ସଂପର୍କରେ କୌଣସି ବ୍ୟକ୍ତି ଆଲୋଚନା କରିନାହାନ୍ତି । ମୁଁ ଏ ବିଷୟରେ କିଛି ବି ଜାଣିନି । ଯେଉଁ ମାନେ କରୁଛନ୍ତି ତାକୁ ବନ୍ଦ କରିବାକୁ ମୁଁ ମିଡ଼ିଆ ମାଧ୍ୟମରେ ସତର୍କ କରାଉଛି । ନହେଲେ ମୁଁ ଆଇନର ଆଶ୍ରୟ ନେବି ।

ତେବେ ଯଦି ନାଁ ବଦଳେଇ  ଫିଲ୍ମ ନିର୍ମାଣ କରିବା ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ, ମୋ ଲାଇଫ ଷ୍ଟାଇଲ ସହ ଯଦି କିଛି ରହିବା ମୁଁ ଜାଣେ। ତାହେଲେ ମୁଁ ଆଇନର ଆଶ୍ରୟ ନେବି। ମୁଁ ଚାହୁଁନି ମୋ ଜୀବନ କାହାଣୀ କି ସେ ଘଟଣାକୁ ନେଇ କିଛି ବି ହେଉ।

ସୂଚନାଯୋଗ୍ୟ ଯେ, ସୋମବାର ଦିନ ଓଡିଶାର ଏକ ଦୈନିକ ଖବର କାଗଜରେ ଏନେଇ ଖବର ପ୍ରକାଶ ପାଇଥିଲା। ଖବରର ଶୀର୍ଷକ ଥିଲା ଅଞ୍ଜନା ମିଶ୍ରଙ୍କ କାହାଣୀ କହିବ ‘ବାରଙ୍ଗ ୧୯୯୯ ’। ଯାହାକୁ ନେଇ ଏବେ ମୁହଁ ଖୋଲିଛନ୍ତି ଅଞ୍ଜନା ମିଶ୍ର।

Related Articles

Back to top button