ଲେଜି ପେ ଭଳି କିଛି ଲୋନ ଆପ ଉପରୁ ସରକାର ହଟେଇଲେ ପ୍ରତିବନ୍ଧକ
ନୂଆଦିଲ୍ଲୀ : ଭାରତ ସରକାର କେତେକ ଋଣ ଆପ କମ୍ପାନୀ ଉପରେ ଥିବା ପ୍ରତିବନ୍ଧକକୁ ହଟାଇ ଦେଇଛନ୍ତି। ଚାଇନ ସହିତ ଲିଙ୍କ୍ ଥିବା ଅଭିଯୋଗ ପରେ ସରକାର ଏହି କମ୍ପାନୀଗୁଡିକ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ଫଳରେ ୨୨୦ ଟି ଆପ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା।
କିନ୍ତୁ ଅନୁସନ୍ଧାନ ପରେ ସରକାର ଲେଜି ପେ-କ୍ରିଡିଟ୍ ବି-ବୁଡି ଲୋନ ଭଳି ଲୋକପ୍ରିୟ ଆପ ଉପରେ ଥିବା ପ୍ରତିବନ୍ଧକକୁ ହଟାଇ ଦେଇଛନ୍ତି। ଏହି ପଦକ୍ଷେପ ବିଷୟରେ ସରକାର ସୂଚନା ଦେଇଛନ୍ତି । ଯେଉଁଥିରେ କୁହାଯାଇଛି ଯେ ଏହି କମ୍ପାନୀଗୁଡିକର ଚାଇନା ସହିତ କୌଣସି ସମ୍ପର୍କ ଥିବା ତଥ୍ୟ ମିଳି ନାହିଁ। ଏଭଳି ପରିସ୍ଥିତିରେ ସରକାର ସେମାନଙ୍କ ଉପରେ ଥିବା ପ୍ରତିବନ୍ଧକକୁ ହଟାଉଛନ୍ତି। କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ଅଳ୍ପ ସମୟ ପାଇଁ ଅସୁରକ୍ଷିତ ଋଣ ନେଉଥିବା ଲୋକେ ସର୍ବାଧିକ ଲାଭାନ୍ବିତ ହେବେ।
ମିଡିଆ ରିପୋର୍ଟ ଅନୁଯାୟୀ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଏହି ପ୍ରତିବନ୍ଧକକୁ ହଟାଇ ଦେଇଛି। ଏଥିରେ ସରକାର ସ୍ପଷ୍ଟ ଭାବେ କହିଛନ୍ତି ଯେ ଚାଇନା ସହିତ ସମ୍ପର୍କକୁ ନେଇ ସରକାର ଚିନ୍ତା କରୁଥିବା ଏହି କମ୍ପାନୀଗୁଡିକ ବିରୋଧରେ କୌଣସି ପ୍ରମାଣ ମିଳି ନାହିଁ।
ପ୍ରତିବନ୍ଧକକୁ ହଟାଯାଇଥିବା ଆପ୍ ମଧ୍ୟରେ କିସ୍ତ,ଇଣ୍ଡିଆବୁଲ୍ସ ହୋମ ଲୋନ୍ସ ଲୋକପ୍ରିୟ ପ୍ଲାଟଫର୍ମର ନାମ ମଧ୍ୟ ରହିଛି।
ସରକାର ଏହି କମ୍ପାନୀଗୁଡିକରୁ ଏହି ପ୍ରତିବନ୍ଧକ ହଟାଇ ଦେଇଛନ୍ତି, କିନ୍ତୁ ଏହା ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ଯେ ଏହି କମ୍ପାନୀଗୁଡିକ ଧାର୍ଯ୍ୟ ସୀମାଠାରୁ ଅଧିକ ସୁଧ ସଂଗ୍ରହ କରିବେ ନାହିଁ କିମ୍ବା ଟଙ୍କା ଆଦାୟ ପାଇଁ କାହାକୁ ମାନସିକ ସ୍ତରରେ ହଇରାଣ କରିବେ ନାହିଁ।
ସୂଚନାଯୋଗ୍ୟ,ଭାରତର ଅନେକ ଲୋକ ନ କଲି ଋଣ କମ୍ପାନୀଗୁଡିକର ଠକାମୀର ଶିକାର ହୋଇଛନ୍ତି। ଯଦିଓ ସରକାର ଏପରି ନକଲି କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ଠିକ ଭାବରେ କାର୍ଯ୍ୟ କରୁଥିବା ସେହି କମ୍ପାନୀଗୁଡିକୁ ସରକାର ହଇରାଣ କରିବେ ନାହିଁ ବୋଲି କହିଛନ୍ତି।