ସର୍ବକାଳୀନ ରେକର୍ଡ ଭାଙ୍ଗିଛି ଚଳିତ ଏପ୍ରିଲ୍ ଜିଏସ୍‌ଟି ସଂଗ୍ରହ

ସର୍ବକାଳୀନ ରେକର୍ଡ ଭାଙ୍ଗିଛି ଚଳିତ ଏପ୍ରିଲ୍ ୨୦୨୪ରେ ଜିଏସ୍‌ଟି ସଂଗ୍ରହ। ଜିଏସ୍‌ଟି ସଂଗ୍ରହ ୨.୧୦ ଲକ୍ଷ କୋଟିରେ ପହଞ୍ଚିଛି। ରାଜସ୍ବ ବର୍ଷ ତୁଳନାରେ ଏହା ମୋଟ ୧୨.୪ ପ୍ରତିଶତ ଅଭିବୃଦ୍ଧି ହାସଲ କରିଛି।ରେକର୍ଡ ଜିଏସ୍‌ଟି ସଂଗ୍ରହ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଖୁସିବ୍ୟକ୍ତ କରିଛନ୍ତି। ଘରୋଇ କାରବାରରେ ୧୩.୪ ପ୍ରତିଶତ ଅଭିବୃଦ୍ଧି ପରେ ଦ୍ରବ୍ୟ ଏବଂ ସେବା ଟିକସ ସଂଗ୍ରହରେ ଏହି ବୃଦ୍ଧି ଦେଖିବାକୁ ମିଳିଛି ଏବଂ ଆମଦାନୀରେ ୮.୩ ପ୍ରତିଶତ ବୃଦ୍ଧି ଘଟିଛି ।

ରିପୋର୍ଟ ଅନୁସାରେ ଗତବର୍ଷ ଏପ୍ରିଲମାସ ତୁଳନାରେ ଚଳିତ ବର୍ଷ ୧୨.୪ ପ୍ରତିଶତ ଅଧିକ ଜିଏସଟି ଆଦାୟ ହୋଇଛି। ସେହିଭଳି ନେଟ୍ ରେଭିନ୍ୟୁ ୧.୯୨ ଲକ୍ଷ କୋଟି ଟଙ୍କା ରହିଛି। ଗତବର୍ଷ ଏପ୍ରିଲ ମାସ ତୁଳନାରେ ଏହା ୧୭.୧ ପ୍ରତିଶତ ଅଧିକ ବୋଲି କୁହାଯାଇଛି।୨୦୨୪ ଏପ୍ରିଲରେ ହୋଇଥିବା ମୋଟ ଜିଏସଟି ଆଦାୟ ମଧ୍ୟରୁ ସେଣ୍ଟ୍ରାଲ ଜିଏସଟି ବାବଦରେ ୪୩,୮୪୬ କୋଟି, ଷ୍ଟେଟ୍ ଜିଏସଟି ବାବଦରେ ୫୩,୫୩୮ କୋଟି, ଆଇଜିଏସଟି ୯୯,୬୨୩ କୋଟି ଓ ସେସ୍ ବାବଦରେ ୧୩,୨୬୦ କୋଟି ଟଙ୍କା ସଂଗ୍ରହ କରାଯାଇଛି।

Related Articles

Back to top button