ଜାମ୍ମୁ-କାଶ୍ମୀରରେ ବର୍ଷା ଓ ଭୂସ୍ଖଳନ ଯୋଗୁଁ ୫ ମୃତ

ଜାମ୍ମୁ-କାଶ୍ମୀରର ଡୋଡା, ରିଆସି, କିସ୍ତୱାଡ୍‌, ରମ୍ବାନ ଓ ବାରମୂଳା ଜିଲାରେ ପ୍ରବଳ ବର୍ଷା ଓ ତତ୍‌ଜନିତ ଭୂସ୍ଖଳନ ଯୋଗୁଁ ୫ ଜଣ ପ୍ରାଣ ହରାଇଥିବାବେଳେ ଶତାଧିକ ବାସଗୃହ କ୍ଷତିଗ୍ରସ୍ତ ହୋଇଛି। ବିଭିନ୍ନ ସ୍ଥାନରେ ମାଟିଅତଡା ଖସିିବା ଫଳରେ ଜାମ୍ମୁ-ଶ୍ରୀନଗର ଜାତୀୟ ରାଜପଥ ଆଜକୁ ତିନି ଦିନ ହେବ ଅବରୋଧ ହୋଇପଡିଛି। ମଙ୍ଗଳବାର କୁପୱାଡାରେ ସ୍ଥିତି ସାମାନ୍ୟ ଉନ୍ନତ ହେବାରେ ଲାଗିଛି। ବନ୍ୟାଜଳ ହ୍ରାସ ପାଇଥିବାରୁ ଲୋକେ ସେମାନଙ୍କ ଘରକୁ ଫେରିବା ଆରମ୍ଭ କରିଛନ୍ତି। ତେବେ ପ୍ରଶାସନ ପକ୍ଷରୁ ଠିକଣା ସମୟରେ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବାରୁ ମୃତାହତଙ୍କ ସଂଖ୍ୟା ଏତେଟା ଉଦ୍‌ବେଗଜନକ ହୋଇନଥିବା କୁହାଯାଇଛି। ତେବେ କୁପୱାଡାରେ ଆକସ୍ମିକ ବନ୍ୟା ଯୋଗୁଁ ଏକାଧିକ ନଦୀବନ୍ଧ ଓ ଅନ୍ୟାନ୍ୟ ନିର୍ମାଣାଧୀନ ପ୍ରକଳ୍ପ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି। ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବନ୍ୟା ପ୍ରଭାବିତ ଅଞ୍ଚଳରେ ସମସ୍ତ ଶିକ୍ଷାନୁଷ୍ଠାନକୁ ଦୁଇ ଦିନ ବନ୍ଦ ଘୋଷଣା କରାଯାଇଛି।

Related Articles

Back to top button