କଂଗ୍ରେସରୁ ଇସ୍ତଫା ଦେଲେ ଗୁଲାମ ନବି ଆଜାଦ, ଜମ୍ମୁ କଶ୍ମୀରରେ ନିଜର ଏକ ନୂଆ ଦଳ ଗଢ଼ିବା ନେଇ ଚର୍ଚ୍ଚା
ନୂଆଦିଲ୍ଲୀ: କଂଗ୍ରେସର ଅଧ୍ୟକ୍ଷ ପଦ ଚୟନକୁ ଦଳ ଭିତରେ ଛକାପଞ୍ଝା ଲାଗି ରହିଥିବା ବେଳେ ଦଳରୁ ଇସ୍ତଫା ଦେଇଛନ୍ତି ଗୁଲାମ ନବି ଆଜାଦ୍ । ଖବର ସରବରାହ ସଂସ୍ଥା ANI ସୂଚନା ଅନୁସାରେ, ଗୁଲାମ ନବି ଆଜାଦ ଦଳର ସମସ୍ତ ପଦ ସହ ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି । ସେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ୫ ପୃଷ୍ଠାର ଇସ୍ତଫା ପତ୍ର ପଠାଇଥିବା ଜଣାପଡ଼ିଛି।
ଦୀର୍ଘ ଦିନ ଧରି ସେ ଦଳରେ ଥିଲେ ମଧ୍ୟ ଅସନ୍ତୁଷ୍ଟ ଥିଲେ । କଥିତ G-23 ଗୋଷ୍ଠୀରେ ଗୁଲାମ ନବି ଆଜାଦଙ୍କ ବଡ଼ ଭୂମିକା ଥିଲା । ଏବେ ଦଳରୁ ଇସ୍ତଫା ଦେଇଛନ୍ତି । ଏହା ପୂର୍ବରୁ ବରିଷ୍ଠ ନେତା କପିଲ୍ ସିବଲ ଦଳରୁ ଇସ୍ତଫା ଦେଇଥିଲେ।
BREAKING NEWS
- ବ୍ରହ୍ମପୁର ମହାନଗର ନିଗମ ତରଫରୁ ନଷ୍ଟ କରାଗଲା ପଚା ଖାଦ୍ୟ
- ଷ୍ଟାର୍ଟଅପ୍ ଓଡ଼ିଶା ଯାତ୍ରା ୨.୦ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
- ପୁନଃ ଖୋଲିଲା ନଦୀମର୍ଗ ନରସଂହାର କେସ୍
- ଅଗଷ୍ଟ ୨୯ରେ ଦିଲ୍ଲୀ ବିଧାନସଭାରେ ଆସ୍ଥା ପ୍ରସ୍ତାବ ଆଣିବ କେଜ୍ରିୱାଲଙ୍କ ସରକାର
- କଂଗ୍ରେସ ଛାଡୁଛନ୍ତି ବରିଷ୍ଠ ନେତା, ଆଜାଦ କହିଲେ ରିମୋର୍ଟରେ ଚାଲିଛି କଂଗ୍ରେସ
- ସୋନାଲୀ ଫୋଗଟ ମର୍ଡର କେସ: ଦୋଷ ମାନିଲେ ସୁଧୀର ସାଙ୍ଗୱାନ
- ବନ୍ୟା ପରେ ଦୁର୍ଦ୍ଦଶାରେ ଚାଷୀ, ଧୋଇ ଯାଇଛି ଏକର ଏକର ଧାନ ଚାଷ
- ହୋଟେଲର ୬ ମହଲାର ଏକ ରୁମରୁ ଖସି ଘରୋଇ କମ୍ପାନୀର ଏଚ୍.ଆରଙ୍କ ମୃତ୍ୟୁ
- ଆଜି ଅର୍ନ୍ତଜାତୀୟ ଶ୍ୱାନ ଦିବସ; ଜାଣନ୍ତୁ ବଲିଉଡ଼ କଳାକାରଙ୍କୁ କେଉଁ ପ୍ରଜାତି ପସନ୍ଦ
- ବିଶ୍ୱ ବ୍ୟାଡମିଂଟନ ଚାମ୍ପିୟନଶିପ: ଇତିହାସ ରଚିଲେ ସାତ୍ୱିକ-ଚିରାଗ ଯୋଡି