କଂଗ୍ରେସରୁ ଇସ୍ତଫା ଦେଲେ ଗୁଲାମ ନବି ଆଜାଦ, ଜମ୍ମୁ କଶ୍ମୀରରେ ନିଜର ଏକ ନୂଆ ଦଳ ଗଢ଼ିବା ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: କଂଗ୍ରେସର ଅଧ୍ୟକ୍ଷ ପଦ ଚୟନକୁ ଦଳ ଭିତରେ ଛକାପଞ୍ଝା ଲାଗି ରହିଥିବା ବେଳେ ଦଳରୁ ଇସ୍ତଫା ଦେଇଛନ୍ତି ଗୁଲାମ ନବି ଆଜାଦ୍ । ଖବର ସରବରାହ ସଂସ୍ଥା ANI ସୂଚନା ଅନୁସାରେ, ଗୁଲାମ ନବି ଆଜାଦ ଦଳର ସମସ୍ତ ପଦ ସହ ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି । ସେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ୫ ପୃଷ୍ଠାର ଇସ୍ତଫା ପତ୍ର ପଠାଇଥିବା ଜଣାପଡ଼ିଛି।

ଦୀର୍ଘ ଦିନ ଧରି ସେ ଦଳରେ ଥିଲେ ମଧ୍ୟ ଅସନ୍ତୁଷ୍ଟ ଥିଲେ । କଥିତ G-23 ଗୋଷ୍ଠୀରେ ଗୁଲାମ ନବି ଆଜାଦଙ୍କ ବଡ଼ ଭୂମିକା ଥିଲା । ଏବେ ଦଳରୁ ଇସ୍ତଫା ଦେଇଛନ୍ତି । ଏହା ପୂର୍ବରୁ ବରିଷ୍ଠ ନେତା କପିଲ୍ ସିବଲ ଦଳରୁ ଇସ୍ତଫା ଦେଇଥିଲେ।

BREAKING NEWS

ଇନ୍ଦିରା ଗାନ୍ଧୀଙ୍କ ‘ତୃତୀୟ ପୁଅ’ ଜମ୍ମୁ କଶ୍ମୀରରେ ଗଢ଼ିବେ ନୂଆ ରାଜନୈତିକ ଦଳ !

ନୂଆଦିଲ୍ଲୀ: କଂଗ୍ରେସରୁ ଇସ୍ତଫା ଦେବା ପରେ ଆକଳନ କରାଯାଉଥିଲା ଜମ୍ମୁ କଶ୍ନୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦ ବିଜେପିକୁ ଯାଇପାରନ୍ତି। ଆଗକୁ ଜମ୍ମୁ କଶ୍ମୀରରେ ବିଧାନସଭା ନିର୍ବାଚନ ହେବ ଏହା ପୂର୍ବରୁ ସେ ଦଳ ବଦଳ କରି ନିଜର ପତିଆରା ଜାହିର କରିବାକୁ ଯାଇ ବିଜେପି ମୁହାଁ ହୋଇଥିବା କୁହାଯାଉଥିଲା। ଏହି ଚର୍ଚ୍ଚା ଭିତରେ ସେ କହିଛନ୍ତି, ଖୁବ୍ ଶୀଘ୍ର ଜମ୍ମୁ କଶ୍ମୀରରେ ନିଜର ରାଜନୈତିକ ଦଳ ଗଠନ କରିପାରନ୍ତି। ଏବେ ସୁଦ୍ଧା ଦଳର ନାମ ଏବଂ ସଦସ୍ୟଙ୍କ ସମ୍ପର୍କରେ ସୂଚନା ସ୍ପଷ୍ଟ ହୋଇନାହିଁ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ପଦ୍ମ ଭୂଷଣ ଗୁଲାମ ନବୀ ଆଜାଦ ଜମ୍ମୁ କଶ୍ମୀରରେ ଏକ ରାଜନୈତିକ ଦଳ ଗଢ଼ିବା ନେଇ ଆଲୋଚନା କରିଛନ୍ତି। ନିକଟରେ ସେ ତାଙ୍କ ସମର୍ଥକଙ୍କୁ କହିଛନ୍ତି ଯେ ସେ ଜମ୍ମୁ କଶ୍ମୀରକୁ ଫେରୁଛନ୍ତି। ବିଶେଷ କଥା ହେଉଛି ଏହା ପୂର୍ବରୁ ମଧ୍ୟ ସେ ଜମ୍ମୁ କଶ୍ମୀରରେ ମୁଖ୍ୟମନ୍ତ୍ରୀ ଥିଲେ। ଏହା ବ୍ୟତୀତ ସେ ୟୁପିଏ ସରକାରରେ କେନ୍ଦ୍ର ମନ୍ତ୍ରୀ ଥିଲେ। ଇନ୍ଦିରା ଗାନ୍ଧୀ ତାଙ୍କୁ ତୃତୀୟ ପୁଅ ବୋଲି କହୁଥିଲେ। ଇନ୍ଦିରା ଗାନ୍ଧୀ ଦଳର ନେତୃତ୍ୱ ନେଉଥିବା ସମୟରେ ଗୁଲାମଙ୍କୁ ଅତି ବିଶ୍ୱସ୍ତ ବୋଲି ଗଣୁଥିଲେ। ଦଳର ସମସ୍ତ କାର୍ଯ୍ୟରେ ଏମିତିକି କଂଗ୍ରେସ ପରିବାରର ଅନେକ ଘଟଣାରେ ଗୁଲାମଙ୍କୁ ସେ ସଙ୍କୋଟମୋଚକ ଭାବେ ବିବେଚନ କରୁଥିଲା। ତେଣୁ ଇନ୍ଦିରାଙ୍କ ପରେ ପରେ ସୋନିଆ ଗାନ୍ଧୀ ନେତୃତ୍ୱ ନେବା ପରେ ଗୁଲାମ ନବୀ ଦଳର ପୁରୁଣା ବିଶ୍ୱସ୍ତ ଚେହେରା ହୋଇ ରହିିଥିଲେ।

Related Articles

Back to top button