
ତେଲଙ୍ଗାନା ସହରରେ ଗୁଟ୍ଖା ଓ ଟବାକୋର ଉତ୍ପାଦନ ଓ ବିକ୍ରି ଉପରେ ଲାଗିଲା ରୋକ୍
ଗୁଟ୍ଖା ଓ ଟବାକୋର ବ୍ୟବହାର ଉପରେ ରୋକ ଲଗାଇଲା ତେଲଙ୍ଗାନା । ଏହା ଉପରେ ଚଳିତ ମାସରୁ ବର୍ଷକ ପାଇଁ ନିଷେଧ ଲଗାଯାଇଛି । ତେଲଙ୍ଗାନା ସହରରେ ଗୁଟ୍ଖା ଓ ଟବାକୋର ଉତ୍ପାଦନ ଓ ବିକ୍ରି ଉପରେ ନିଷେଧାଦେଶ କରାଯାଇଛି । ଗୁଟ୍ଖା ଇତ୍ୟାଦି ନିଶା ଦ୍ରବ୍ୟ ଖାଇବା ଦ୍ୱାରା ବିଭିନ୍ନ ପ୍ରକାର ରୋଗ ସୃଷ୍ଟି ହେବା ସହିତ ସ୍ବାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି ହୋଇଥାଏ ସେଥିପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ, ତେଲଙ୍ଗାନାରେ ପ୍ରାୟ ୧.୫ ଲକ୍ଷ ପାନ ଦୋକାନ ରହିଛି । କିନ୍ତୁ ଏହି ଘୋଷଣା ହେବା ପରେ ପାନ ଦୋକାନରେ ଗୁଟ୍ଖା ବିକ୍ରି ଉପରେ ପ୍ରତିବନ୍ଧକ ଲଗାଯାଇଛି ।