ଆସନ୍ତାକାଲି ଓଡ଼ିଶାରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ଭୋଟ୍

ଆସନ୍ତାକାଲି ଓଡ଼ିଶାରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ଭୋଟ୍ । ୬ ଲୋକସଭା ଏବଂ ୪୨ ବିଧାନସଭା ଆସନ ପାଇଁ ଭୋଟିଂ ହେବ । ଯାହାର ଫଳାଫଳ ଜୁନ୍ ୪ ତାରିଖରେ ପ୍ରକାଶ ପାଇବ । ଶେଷ ପର୍ଯ୍ୟାୟ ମତାଦାନ ପାଇଁ ୧୦ ହଜାର ୮୮୨ଟି ବୁଥ ରହିଛି । ଯାହା ମଧ୍ୟରୁ ୨୧ ପ୍ରତିଶତ ବୁଥ ସମ୍ବେଦନଶୀଳ ରହିଛି ।ଆସନ୍ତାକାଲି ୪୬୦ ନେତାଙ୍କର ହେବ ଭାଗ୍ୟ ପରୀକ୍ଷା । ସେହିପରି ୯୯ ଲକ୍ଷରୁ ଅଧିକ ଭୋଟର ଦେବେ ମତଦାନ । ୪୨ ବିଧାନସଭା ନିର୍ବାଚନମଣ୍ତଳି ପାଇଁ ୩୯୪ ଜଣ ପ୍ରାର୍ଥୀ ରହିଥିବା ବେଳେ ୬ ଲୋକସଭା କ୍ଷେତ୍ରରେ ୬୬ ଜଣ ସାଂସଦ ପ୍ରାର୍ଥୀ ରହିଛନ୍ତି ।

୧୦ ହଜାର ୮୮୨ଟି ବୁଥ ରହିଥିବା ବେଳେ ୧୪୦୦ଟି ବୁଥ ମହିଳାଙ୍କ ଦ୍ୱାରା ପରିଚାଳିତ ହେବ । ୨୦% ଆଦର୍ଶ ବୁଥ ରହିଛି । ଆସନ୍ତାକାଲି ମତଦାନ ପାଇଁ ୭୦ ହଜାରରୁ ଅଧିକ ପୋଲିଂ କର୍ମଚାରୀ ନିୟୋଜିତ ହେବେ । ସେହିପରି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ । ୧୨୫ କମ୍ପାନୀ ସିଆରପିଏଫ ମୃତୟନ ହୋଇଛନ୍ତି । ଏଥର ମଧ୍ୟ ଭୋଟ ବେଳେ ମୋବାଇଲ ଫୋନ ବ୍ୟାନ୍ କରାଯିବ । ଉଭୟ ଏଜେଣ୍ଟ ମଧ୍ୟ ମତଦାତା ବୁଥକୁ ମୋବାଇଲ ନେଇ ପାରିବେ ନାହିଁ । କେବଳ ପ୍ରିଜାଇଡିଙ୍ଗ ଅଫିସର ପାଖରେ ଫୋନ ରଖି ପାରିବେ ।

Related Articles

Back to top button