ଦିଲ୍ଲୀ ମେଟ୍ରୋ ଟ୍ରେନ୍‌ରେ ଟାୱେଲ୍ ପିନ୍ଧି ଯାତ୍ରା କଲେ ଯୁବକ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ଆଜିକାଲି ଯୁବକମାନେ ସୋସିଆଲ ମିଡ଼ିଆରେ ପରିଚିତ ହେବା ପାଇଁ କିଛି ବି କରିବାକୁ ପଛାଉନାହାନ୍ତି । ଏମିତି କିଛିି କଣ୍ଟେଣ୍ଟ୍ ବାଛୁଛନ୍ତି, ଯେଉଁଥିରେ ବେଶୀ ଭିୟୁଅର୍ସ ମିଳିପାରିବ । ଏବେ ଏମିତି ଏକ ଭିଡ଼ିଓ ଭାଇରାଲ ହେଉଛି ,ଯେଉଁଥିରେ ଜଣେ ଯୁବକ ଟାୱେଲ ପିନ୍ଧି ମେଟ୍ରୋ ଟ୍ରେନରେ ଯାତ୍ରା କରୁଛନ୍ତି ।

ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛିଯେ, ଦିଲ୍ଲୀ ମେଟ୍ରୋ ଟ୍ରେନରେ ଜଣେ ଯୁବକ ଟାୱେଲ ପିନ୍ଧି ଯାତ୍ରା କରୁଥିବା ନଜର ଆସିଛନ୍ତି । ସେ ଏକ ଗଞ୍ଜି ଓ ଟାୱେଲ ପିନ୍ଧିବା ସହ ହାତରେ ଏକ ଘଣ୍ଟା ମଧ୍ୟ ପିନ୍ଧିଛନ୍ତି । ସେ ଏପରି ବେଶରେ ଟ୍ରେନକୁ ଚଢିବା ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କିନ୍ତୁ ତାଙ୍କ ଆଖପାଖ ସିଟ୍‌ରେ ବସିଥିବା ଅନ୍ୟ ଯାତ୍ରୀମାନେ ହସିବାକୁ ଆରମ୍ଭ କରିଥିଲେ । ସମସ୍ତ ଯାତ୍ରୀ ତାଙ୍କୁ ପାଗଳ ଓ ମୁର୍ଖ ବୋଲି ଭାବିଥିଲେ । ଆଉ କିଛି ଯୁବତୀ ମଧ୍ୟ ଯୁବକ ଜଣକ ଟାୱେଲ ପିନ୍ଧିଥିବା ଦେଖି ଲଜ୍ଜିତ ଅନୁଭବ କରୁଥିଲେ । ତେଣୁ ସେମାନେ ଆଖି ବନ୍ଦ କରିଥିବାର ନଜର ଆସିଛନ୍ତି । ଏହି ଭିଡ଼ିଓକୁ ଦେଖି ଅନେକ ଭିନ୍ନ ଭିନ୍ନ ମତ ଦେଇଛନ୍ତି । ଅଧିକାଂଶ ଲୋକ ଯୁବକ ଜଣକ ପାଗଳ ବୋଲି ମତ ଦେଇଛନ୍ତି ।

Related Articles

Back to top button