ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଜ୍ଞାନବ୍ୟାପୀରେ ଶିବଲିଙ୍ଗଙ୍କୁ ସୁରକ୍ଷା ଦେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ପରବର୍ତ୍ତୀ ନିର୍ଦ୍ଦେଶ ନ ଆସିବା ଯାଏ ଉତ୍ତର ପ୍ରଦେଶ ଜ୍ଞାନବ୍ୟାପୀ ମସ୍‌ଜିଦ୍‌ ପରିସରରେ ମିଳିଥିବା ଶିବଲିଙ୍ଗଙ୍କୁ ସୁରକ୍ଷା ଦିଆଯିବ। ଏହି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ହିନ୍ଦୁ ପକ୍ଷରୁ ଦାୟର ହୋଇଥିବା ମାମଲାରେ ଶୁଣାଣି କରି ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ନେତୃତ୍ୱାଧିନ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହି ଆବେଦନରେ ମେ ୧୭ ତାରିଖର ନିର୍ଦ୍ଦେଶକୁ ଘୁଞ୍ଚାଇ ଦେବାକୁ କୋର୍ଟରେ ଆବେଦନ କରିଥିଲା ହିନ୍ଦୁ ପକ୍ଷ।

ମେ ୧୭ ତାରିଖରେ ଦିଆଯାଇଥିବା ରହିତାଦେଶର ନିର୍ଦ୍ଦେଶ ଆସନ୍ତାକାଲି ଶେଷ ହୋଇଥିଲା। ତେଣୁ ମାମଲା ସିଦ୍ଧ ନହେବା ପର୍ଯ୍ୟନ୍ତ ସୁରକ୍ଷା ନିର୍ଦ୍ଦେଶକୁ ଘୁଞ୍ଚାଇବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ହିନ୍ଦୁ ପକ୍ଷ। କୋର୍ଟ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

୧୯୯୧ ସମିହାରୁ ଜ୍ଞାନବ୍ୟାପୀ ନେଇ ବିବାଦ ଲାଗି ରହିଛି। ମନ୍ଦିର ଭାଙ୍ଗି ସେଠାରେ ମସ୍‌ଜିଦ୍ ତୋଳଯାଇଛି ବୋଲି ହିନ୍ଦୁ ପକ୍ଷ ଦାବି କରୁଛି। ତା ସହିତ ମସ୍‌ଜିଦର କାର୍ବନ ଡେଟିଂ କରିବାକୁ ଦାବି କରିଥିଲେ। ହେଲେ କୋର୍ଟ କିନ୍ତୁ କାର୍ବନ ଡେଟିଂ କଲେ ସ୍ଥାପତ୍ୟକୁ ବିପଦ କହି ମନା କରିଦେଇଥିଲେ। ଜ୍ଞାନବ୍ୟାପୀକୁ ନେଇ ଅଞ୍ଜୁମନ ଇନ୍ତେଜାମିଆ ମସ୍‌ଜିଦ ବାରଣସୀ ଓ ହିନ୍ଦୁ ଭକ୍ତମାନେ ବାରାଣସି ଓ ଆଲ୍ଲାହବାଦ ହାଇକୋର୍ଟରେ ଅନେକ ମାମଲା ଦାୟର କରିଛନ୍ତି।

୧୯୯୧ ମସିହାରେ ଜଣେ ଭକ୍ତ ଏନେଇ କୋର୍ଟରେ ମାମଲା ଦାୟର କରିଥିଲେ। ବିଶ୍ୱେଶ୍ୱରଙ୍କ ମନ୍ଦିର ଭାଙ୍ଗି ମୋଗଲ ଶାସକ ଔରଙ୍ଗ ଜେବ୍ ଜ୍ଞାନବ୍ୟାପୀ ତିଆରି କରିଛି ବୋଲି ସେ ଦାବି କରିଥିଲେ। ଏହାର ୨୦ ବର୍ଷ ପରେ ଗତ ବର୍ଷ କିଛି ଶୈବ ଭକ୍ତ ଆଉ ଏକ ମାମଲା ଦାୟର କରିଛନ୍ତି। ଜ୍ଞାନବ୍ୟାପୀ ଭିତରେ ଥିବା ପୂରାତନ ମନ୍ଦିର ଭିତରେ ପୂଜାର୍ଚ୍ଚନା କରିବା ପାଇଁ ଅନୁମତି ମାଗିଥିଲେ। ଏହାପରେ କୋର୍ଟ ସର୍ଭେ ନିର୍ଦ୍ଦେଶ ଦେବା ପରେ ମସ୍‌ଜିଦ୍‌ର ୱଜୁଖାନାରେ ଶିବଲିଙ୍ଗ ମିଳିବା ପରେ ମାମଲା ଆହୁରି ବଢ଼ିଯାଇଥିଲା। ସେବେଠାରୁ ମାମଲା ଜାରି ରହିଛି।

Related Articles

Back to top button