+୯୧ରୁ କାହିଁକି ଆରମ୍ଭ ହୋଇଥାଏ ଭାରତୀୟ ମୋବାଇଲ ନମ୍ବର; ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ଫୋନ୍ କଲରେ ଆସୁଥିବା ନମ୍ବର ପୂର୍ବରୁ +ଚିହ୍ନ ଥିବା ୨ ଟି ସଂଖ୍ୟା ପ୍ରଥମେ ଆସିଥାଏ । ତେବେ ଭାରତରେ ଯେତେବେଳେ ବି କାହାକୁ ଫୋନ୍ କଲ କରାଯାଏ,ଏହାର ପ୍ରଥମ ନମ୍ବର ‘+91’ ରୁ ହିଁ ଆରମ୍ଭ ହୋଇଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ଫୋନ୍ ନମ୍ବର ପୂର୍ବରୁ ଏହି ସଂଖ୍ୟା ଆସିବା ପଛରେ ଏକ କାରଣ ରହିଥାଏ । ଯାହାକୁ ଜାଣିବା ପାଇଁ ଅନେକ ଲୋକେ ଚେଷ୍ଟା କରିଥାନ୍ତି । ତେବେ ବର୍ତ୍ତମାନ ଆସନ୍ତୁ ଜାଣିବା କାହିଁକି ନମ୍ବର ପୂର୍ବରୁ ଆସିଥାଏ ଏହି ୨ଟି ସଂଖ୍ୟା ।

ପ୍ରକୃତରେ ନମ୍ବର ପୂର୍ବରୁ +୯୧ ସଂଖ୍ୟା ଆମ ଦେଶର କୋଡକୁ ସୂଚାଇଥାଏ । ଯାହାକି ପ୍ରତ୍ୟେକ ଦେଶରରେ ଅଲଗା ଅଲଗା ହୋଇଥାଏ । ତେବେ ଏହି ସଂକେତକୁ ଆନ୍ତର୍ଜାତୀୟ ଟେଲି ଯୋଗାଯୋଗ ୟୁନିଅନ୍ କୁହାଯାଏ । ଯାହା ଏକ ଏଜେନ୍ସି ଏବଂ  ୟୁନାଇଟେଡ୍ ନେସନର ଏକ ଅବିଚ୍ଛେଦ୍ୟ ଅଙ୍ଗ ଅଟେ । ତେବେ ନମ୍ବର ଆରମ୍ଭରେ ଦିଆଯାଇଥିବା ଏହି ସଂଖ୍ୟାକୁ ପ୍ରିଫିକ୍ସ କୋଡ୍ କୁହାଯଏ । ଯାହାକି ଭାରତରେ ବ୍ୟବହାର କରାଯାଏ ନାହିଁ । କିନ୍ତୁ ଆପଣ ଯଦି ଭାରତ ବାହାରେ କଲ୍ କରିବାକୁ ଚାହାଁନ୍ତି ତେବେ ଆପଣଙ୍କୁ ଏହି କୋଡ୍ ବ୍ୟବହାର କରିବାକୁ ପଡିବ । ବାସ୍ତବରେ, ଆନ୍ତର୍ଜାତୀୟ ସଂକେତକୁ ଦୃଷ୍ଟିରେ ରଖି ଏହି କୋଡ୍ ବ୍ୟବହୃତ ହୋଇଛି ଏବଂ ୧୯୩ ଟି ଦେଶ ଏହି କୋଡ୍ ବ୍ୟବହାର କରୁଛନ୍ତି । ଯାହା ପ୍ରତ୍ୟେକ ଦେଶ ପାଇଁ ଭିନ୍ନ ଭିନ୍ନ ହୋଇଥାଏ ।

Related Articles

Back to top button