କୋର୍ଟରେ ସଂସ୍କୃତରେ ନିର୍ଦ୍ଦେଶ ଶୁଣାଇଲେ ଜିଲ୍ଲା ମାଜିଷ୍ଟ୍ରେଟ

ଲକ୍ଷ୍ନୌ: କୋର୍ଟ ଅଧିକାଂଶ ନିର୍ଦ୍ଦେଶ ହିନ୍ଦୀ ଏବଂ ଇଂରାଜୀ ଭାଷାରେ ଦେବା ଦେଖିଥିବେ କିମ୍ୱା ଶୁଣିଥିବେ। କିନ୍ତୁ ଉତ୍ତର ପ୍ରଦେଶର ହମୀରପୁର ଜିଲ୍ଲାରେ ଜିଲ୍ଲା ମାଜିଷ୍ଟ୍ରେଟ ନିଜ ନିର୍ଦ୍ଦେଶ ସଂସ୍କୃତ ଭାଷାରେ ଦେଇ ସମସ୍ତଙ୍କୁ ଚକିତ କଲେ । ଜିଲ୍ଲା ମାଜିଷ୍ଟ୍ରେଟ ନିଜ ନିର୍ଦ୍ଦେଶକୁ ସଂସ୍କୃତ ଭାଷାରେ ଆଇନଜୀବୀଙ୍କୁ ଶୁଣାଇଥିଲେ ଏହାସହ ଏହାର କପି ସଂସ୍କୃତରେ ଉପଲବ୍ଧ କରାଇଥିଲେ। ସମ୍ଭବତଃ ଏହା ଦେଶର ପ୍ରଥମ ମାମଲା, ଯେତେବେଳ କୌଣସି ତଳ କୋର୍ଟ ଦେଶର ବୈଦିକ ଭାଷା ସଂସ୍କୃତରେ କୌଣସି ମାମଲାର ରାୟ ଦେଇଛନ୍ତି।

ଉତ୍ତର ପ୍ରଦେଶର ହମୀରପୁର ଜିଲ୍ଲା କୋର୍ଟରୁ ଏହି ମାମଲା ଆସିଛି। ଜିଲ୍ଲା ମାଜିଷ୍ଟ୍ରେଟ ଡା.ଚନ୍ଦ ଭୂଷଣ ତ୍ରିପାଠୀଙ୍କ କୋର୍ଟରେ ଗିରବର ଗାଁର ପଛୁଆ ବର୍ଗର ସନ୍ତୋଷ କୁମାର ଏକ ଦଲିଲ ଦାଖଲ କରିଥିଲେ, ଏଥିରେ ସେ ନିଜର ଭୂମି ଗାଁର ଅନ୍ୟ ଜାତିର ଲୋକଙ୍କୁ ବିକ୍ରି କରିବାକୁ ଚାହୁଁଥିଲେ । ସରକାରୀ ଋଣ ଏବଂ ଅନ୍ୟ ଋଣ ପରିଶୋଧ କରିବା ପାଇଁ ସେ ଏପରି କରିବାକୁ ଚାହୁଁଥିବା କହିଥିଲେ । ଜିଲ୍ଲା ମାଜିଷ୍ଟ୍ରେଟ ପୂରା ମାମଲାର ତଦନ୍ତ ଏଡିଏମ ରାଠଙ୍କ ଦ୍ୱାରା କରାଇ ଭୂମିକୁ ବିକ୍ରି କରିବା ପାଇଁ ଅନୁମତି ଦେଇଥିଲେ। ଯେତେବେଳେ କୋର୍ଟ ଏହା ଉପରେ ନିର୍ଦ୍ଦେଶ ଦେଇଥିଲେ, ସେତେବେଳେ ସେଠାରେ ଉପସ୍ଥିତ ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ । କାରଣ ଜିଲ୍ଲା ମାଜିଷ୍ଟ୍ରେଟ ପୂରା ନିର୍ଦ୍ଦେଶକୁ ସଂସ୍କୃତରେ ଶୁଣାଇଥିଲେ । ଏହାସହ ଜିଲ୍ଲା ମାଜିଷ୍ଟ୍ରେଟ କୃଷକ ସନ୍ତୋଷଙ୍କୁ ନିର୍ଦ୍ଦେଶ କପି ମଧ୍ୟ ସଂସ୍କୃତରେ ଦେଇଥିଲେ।

Related Articles

Back to top button