ବୁଲେଟ୍ ଟ୍ରେନର ରେକର୍ଡ ଭାଙ୍ଗିଲା ଭାରତ ବନ୍ଦେ ଏକ୍ସପ୍ରେସ

ନୂଆଦିଲ୍ଲୀ: ଭାରତ ବନ୍ଦେ ଏକ୍ସପ୍ରେସ ବୁଲେଟ ଟ୍ରେନର ରେକର୍ଡ ଭାଙ୍ଗିଥିବା ଜଣାପଡିଛି । ଟ୍ରାଏଲ ରନ ବେଳେ ଭାରତ ବନ୍ଦେ ଏକ୍ସପ୍ରେସ ୫୨ ସେକେଣ୍ଡରେ ଶୂନରୁ ଶହେ କିଲୋମିଟର ବେଗ ହାସଲ କରିଥିବା ଜଣାପଡିଛି । ବୁଲେଟ ଟ୍ରେନଠାରୁ ଏହି ଗତି ଅଧିକ ରହିଛି । ରେଳମନ୍ତ୍ରୀ ଏହି ସୂଚନା ଦେଇଛନ୍ତି । ନୂଆ ଭାରତ ବନ୍ଦେ ଏକ୍ସପ୍ରେସର ଘଣ୍ଟାପ୍ରତି ଗତି ହେଉଛି ୧୮୦ କିଲୋମିଟର । ପୂର୍ବରୁ ଏହା ୧୦୦ କିଲୋମିଟର ଥିଲା।

ବୁଲେଟ ଟ୍ରେନ ଶୂନରୁ ୧୦୦ କିଲୋମିଟର ଗତି ପାଇଁ ବୁଲେଟ ଟ୍ରେନକୁ ୫୪.୬ ସେକେଣ୍ଡ ଲାଗୁଥିଲା ।  ଏହା ବ୍ୟତୀତ ନୁତନ ଏହାର କୁଲର ସିଷ୍ଟମ ଏହି ଟ୍ରେନରେ ରହିଛି ଯାହା ଦ୍ବାରା କରୋନା ଭଳି କୈାଣସି ଭାଇରସକୁ ଏହା ସଂକ୍ରମଣ ହେବାରେ ରୋକିବ । କହିବାକୁ ଗଲେ ଭାରତର ଏହି ସେମି ହାଇ ସ୍ପିଡ୍ ଟ୍ରେନ୍ ଆସନ୍ତା କିଛି ସପ୍ତାହ ମଧ୍ୟରେ ଅହମ୍ମଦାବାଦ-ମୁମ୍ବାଇ ମାର୍ଗରେ ଚାଲିବାକୁ ପ୍ରସ୍ତୁତ ହେଉଛି । ଏହି ଟ୍ରେନରେ ବୁଲେଟ ଟ୍ରେନ ଭଳି ସମସ୍ତ ଆରାମ ଦାୟକ ବ୍ୟବସ୍ଥା କରାଯାଇଛି।

Related Articles

Back to top button