
ସୋମନାଥ ମନ୍ଦିରରେ ପୂଜା କଲେ ହାର୍ଦ୍ଦିକ ପାଣ୍ଡ୍ୟା
ମହାଦେବଙ୍କ ଶରଣରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ । ଶୁକ୍ରବାର ସକାଳୁ ସକାଳୁ ପ୍ରସିଦ୍ଧ ସୋମନାଥ ମନ୍ଦିରରେ ପହଁଚିଥିଲେ ହାର୍ଦ୍ଦିକ ପାଣ୍ଡ୍ୟା । ଏଠାରେ ମହାଦେବଙ୍କ ଆରଧନା କରିବା ସହ ସ୍ୱତନ୍ତ୍ର ପୂଜାପାଠ କରିଛନ୍ତି ପାଣ୍ଡ୍ୟା । ଯେବେଠୁ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ପଦରୁ ରୋହିତ ଶର୍ମାଙ୍କୁ ହଟାଯାଇ ହାର୍ଦ୍ଦିକଙ୍କୁ ଦାୟିତ୍ୱ ଦିଆଯାଇଛି ସେବେଠୁ ତାଙ୍କୁ ସମାଲୋଚନା କରାଯାଉଛି । ଅନ୍ୟପଟେ ଆଇପିଏଲରେ ଲଗାତାର ୩ଟି ମ୍ୟାଚ ହାରିବା ପରେ ପ୍ରଶଂସକଙ୍କ ଆକ୍ରୋଶର ଶିକାର ହେଉଛନ୍ତି ହାର୍ଦ୍ଦିକ । ତେବେ କ୍ରିକେଟରଙ୍କ ମନ୍ଦିର ପୂଜାପାଠର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ।