ହାତ ଛାଡିଲେ ପିସିସି ଉପସଭାପତି ବିଶ୍ବଭୂଷଣ ଦାସ

କଂଗ୍ରେସ ଛାଡିଲେ ପିସିସି ଉପସଭାପତି ତଥା କଂଗ୍ରେସ ନେତା ବିଶ୍ବଭୂଷଣ ଦାସ। ସେ ତାଙ୍କର ଇସ୍ତଫାପତ୍ର ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି।

ବିଶ୍ବଭୂଷଣ ପିସିସି ଉପସଭାପତି ଭାବେ କାର୍ଯ୍ୟ କରିବା ସହ ୨୦୦୯ ଓ ୨୦୧୯ ରେ କାକଟପୁରରୁ କଂଗ୍ରେସ ଦଳରୁ ବିଧାୟକ ଭାବେ ଲଢ଼ିଛନ୍ତି । ୨୦୦୯ରେ ବିଶ୍ବଭୂଷଣ ୫୮ ହଜାର ୮୯୩ ଭୋଟ ଓ ୨୦୧୯ରେ ୪୬ ହଜାର ୨୦୬ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ଥିଲେ । ବିଶ୍ବଭୂଷଣ ପୂର୍ବରୁ ପିସିସି ସାଧାରଣ ସମ୍ପାଦକ ଥିଲେ । ସେ ଛାତ୍ର ରାଜନୀତିରେ ସକ୍ରିୟ ରହି ବିଜେବି କଲେଜର ସଭାପତି ଭାବେ ଛାତ୍ର ସଂସଦ ନିର୍ବାଚନରେ ବିଜୟୀ ହୋଇଥିଲେ ପରବର୍ତ୍ତୀ ସମୟରେ ରାଜ୍ୟ ଯୁବ କଂଗ୍ରେସ ଉପସଭାପତି ହେବା ସହ ସ୍ବର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ଘନିଷ୍ଠ ସହଯୋଗୀ ଭାବେ କାର୍ଯ୍ୟ କରିଥିଲେ।

Related Articles

Back to top button